ଓଡିଶା

odisha

ETV Bharat / state

ରାଜଧାନୀକୁ ଉଡିଲା ଝାରସୁଗୁଡାରୁ ବିମାନ - bbsr

ଝାରସୁଗୁଡାରୁ ଏଣିକି ସିଧାସଳଖ ଭାବେ ଭୁବନେଶ୍ବର ଓ ରାୟପୁରକୁ ଉଡିଲା ବିମାନ । ଏଥର ଆକଶପଥରେ ଉଭୟ ନୂଆଦିଲ୍ଲୀ ଓ ଭୁବନେଶ୍ବର ସହ ଯୋଡି ହେଲା ଓଡିଶାର ଦ୍ବିତୀୟ ବିମାନ ବନ୍ଦର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Jun 5, 2019, 3:19 PM IST

ଝାରସୁଗୁଡା: ଆରମ୍ଭ ହେଲା ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ବିମାନ ସେବା । ପୂର୍ବରୁ ନୂଆଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ଏଠାରୁ ବିମାନ ଚଳଚଳ ଆରମ୍ଭ ହୋଇଥିଲା । ଆଉ ଏବେ ଉଡାନ ଯୋଜନାରେ ଆଉ ଦୁଇଟି ରାଜ୍ୟ ରାଜଧାନୀ ସହ ଯୋଡି ହୋଇଛି ଝାରସୁଗୁଡା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଆକାଶପଥରେ ଯୋଡି ହେଲା ଝାରସୁଗୁଡା-ଭୁବନେଶ୍ବର । ଆଜିଠାରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଉଡିଲା ଝାରସୁଗୁଡାରୁ ବିମାନ । ଏହାସହ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ରାୟପୁରକୁ ମଧ୍ୟ ବିମାନ ଚଳାଚଳ ଆରମ୍ଭ ହୋଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଉଷା ପାଢ଼ୀ ଏହାକୁ ଉଦଘାଟନ କରିଛନ୍ତି । ବରଗଡ଼ ସାଂସଦ ସୁରେଶ ପୂଜାରୀ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏବଂ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ମଧ୍ୟ ଏହି ଏହି ସମୟରେ ଉପସ୍ଥିତ ରହିଥିଲେ ।

ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ଝାରସୁଗୁଡା । ଏହା କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଲୋକ ବେଶ ଲାଭବାନ ହେଉଛନ୍ତି । ଝାରସୁଗୁଡାରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶା ନିର୍ଭରଶୀଳ । ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଯାତ୍ରୀମାନେ ମଧ୍ୟ ଏହାଦ୍ବାରା ସୁଫଳ ପାଇପାରୁଛନ୍ତି ।

ଗତ ମାର୍ଚ୍ଚ 31 ତାରିଖରୁ ସ୍ପାଇସ ଜେଟ ଝାରସୁଗୁଡାରୁ ବିମାନ ସେବା ଆରମ୍ଭ କରିଥିଲା । ଉଡାନ 3 ଯୋଜନାରେ ଝାରସୁଗୁଡାରୁ ନୂଆଦିଲ୍ଲୀ, କୋଲକତା ଏବଂ ହାଇଦ୍ରାବାଦକୁ ବିମାନ ସେବା ଆରମ୍ଭ ହୋଇଥିଲା ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details