ଓଡିଶା

odisha

ETV Bharat / state

ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା ଆଇଓସିଏଲ ପେଟ୍ରୋଲ ଡିପୋ - ଝାରସୁଗୁଡ଼ା ଅଗ୍ନିକାଣ୍ଡ ଖବର

ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଳକ ନିକଟବର୍ତ୍ତୀ ସାରସମାଲ ଓ ବନ୍ଧରପଡା ମଝିରେ ରହିଥିବା ଆଇଓସିଏଲ ପେଟ୍ରୋଲ ଡିପୋ ନିଆଁ ଲାଗିଯାଇଥିଲା । ଅଧିକ ପଢନ୍ତୁ...

fire near iocl oil depo in jharsuguda
ଅଗ୍ନିକାଣ୍ଡରୁ ବର୍ତ୍ତିଲା ଆଇଓସିଏଲ ପେଟ୍ରୋଲ ଡିପୋ

By

Published : Mar 20, 2021, 9:24 AM IST

ଝାରସୁଗୁଡା: ଅଳ୍ପକେ ବଡ଼ ଧରଣ ଅଗ୍ନିକାଣ୍ଡରୁ ବର୍ତ୍ତିଲା ଆଇଓସିଏଲ ପେଟ୍ରୋଲ ଡିପୋ । ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଳକ ନିକଟବର୍ତ୍ତୀ ସାରସମାଲ ଓ ବନ୍ଧରପଡା ମଝିରେ ରହିଥିବା ଆଇଓସିଏଲ ପେଟ୍ରୋଲ ଡିପୋ ନିଆଁ ଲାଗିଯାଇଥିଲା ।

ଅଗ୍ନିକାଣ୍ଡରୁ ବର୍ତ୍ତିଲା ଆଇଓସିଏଲ ପେଟ୍ରୋଲ ଡିପୋ

ଜିଲ୍ଲାର କିର୍ମିରା ବ୍ଳକ ନିକଟବର୍ତ୍ତୀ ସାରସମାଲ ଓ ବନ୍ଧରପଡା ମଝିରେ ରହିଥିବା ଆଇଓସିଏଲ ପେଟ୍ରୋଲ ଡିପୋ ଆଖପାଖ ଅଞ୍ଚଳର ଶୁଖିଲା ଘାସ ,ଗଛଲତା ଓ ବିଲରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ହୁ ହୁ ହୋଇ ପ୍ରଖର କଳାଧୂଆଁ ସହ ନିଆଁ ଜଳୁଥିବା ଦେଖି ଆଇଓସିଏଲ ମାର୍କେଟିଂ ମହାପ୍ରବନ୍ଧକ ଶରତଚନ୍ଦ୍ର ମହାପାତ୍ର ସୁରକ୍ଷା ବାହିନୀ ସହିତ ଝାରସୁଗୁଡ଼ା ଦମକଳ ବିଭାଗକୁ ଖବର ଦେଇଥିଲେ । ଦମକଳଗାଡି ଆସିବାରେ ବିଳମ୍ବ ହେବାରୁ ଆଇସିଏଲ ପରିସରରେ ଥିବା ସମସ୍ତ ଗଛପତ୍ରରେ ନିଆଁ ଲାଗିଯାଇଥିଲା । ନିଆଁ ସ଼ହ କଳା ଧୂଆଁ ଏତେ ପ୍ରଖରଥିଲା ଯେ ପେଟ୍ରୋଲ ଡିପୋ ପରିସରକୁ ପଶିଯାଉଥିବାର ଦେଖିବାକୁ ମିଳିଥିଲା।

ଏହି ସମୟରେ ଧୁତରା ନିକଟସ୍ଥ ଅଲଟ୍ରାଟେକ ସିମେଣ୍ଟ କାରଖାନାର ଏଚଆର ମୁଖ୍ୟ ଆଶିଷ କୁମାର ପାଳ ଓ ମୁଖ୍ୟ ସୁରକ୍ଷା ଅଧିକାରୀ ସୁଶାନ୍ତ କୁମାର ମହାପାତ୍ର ଏହାର ଖବର ପାଇବା ମାତ୍ରେ ସିମେଣ୍ଟ କାରଖାନାର ଦମକଳଗାଡି ସହ ବାହିନୀକୁ ତତକ୍ଷଣାତ ଘଟଣା ସ୍ଥଳକୁ ପଠାଇ ଥିଲେ। ଅଲଟ୍ରାଟେକ କାରଖାନାର ଦମକଳ ,ଅଗ୍ନି ନିର୍ବାପକ ବାହିନୀର ଧନଞ୍ଜୟ ପଟେଲ, ବାବୁଲାଲ ବଗାର ସହ ସନ୍ତୋଷ ପାତ୍ର ଓ ଆଇଓସିଏଲ ପାଇପଲାଇନ ପ୍ରବନ୍ଧକ ଦୀପକ ରାଜ ସିଂଙ୍କ ସ଼ହିତ ଝାରସୁଗୁଡ଼ା ଦମକଳ ବାହିନୀ ଙ୍କ ଆପ୍ରାଣ ଚେଷ୍ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା। ତଥାପି ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଅଞ୍ଚଳର ସମସ୍ତ ଗଛଲତା ଜଳିପୋଡି ଛାରଖାର ହୋଇସାରିଥିଲା। କିନ୍ତୁ ଅଳ୍ପକେ ନିଆଁ ପେଟ୍ରୋଲ ଟାଙ୍କି ପାଖକୁ ପହଞ୍ଚି ପାରି ନ ଥିଲା।

ଆଗରୁ ଏପରି ନିଆଁ ପେଟ୍ରୋଲ ଡିପୋ ନିକଟସ୍ଥ ସାରସମାଳ ଚତୁରପାର୍ଶ୍ବରେ ହୁତୁ ହୁତୁ ହୋଇ ନିଆଁ ଜଳୁଥିବା ଦେଖି ନିକଟରେଥିବା ଗ୍ରାମ ତଥା ଅଞ୍ଚଳବାସୀ ବିଶେଷ ଭୟଭୀତ ହୋଇଥିଲେ। ବାରମ୍ବାର ନିଆଁ ଲାଗି ଗାଁ ବନ ବିଲ ଗଛଲତା ଜଳିପୋଡି ଛାରଖାର ହୋଇପଡୁଛି। ଏଥିପ୍ରତି ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଣରେ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ପ୍ରଶାସନ ଏହାର ଉପଯୁକ୍ତ ପଦକ୍ଷେପ ନ ନେଲେ ଆସନ୍ତା ଦିନରେ ବଡଧରଣର ଦୁର୍ଘଟଣା ଘଟିବାରେ କିଛି ସନ୍ଦେହ ନାହିଁ ।

ଝାରସୁଗୁଡାରୁ ରବିନାରାଣୟ ସାହୁ,ଇଟିଭି ଭାରତ

ABOUT THE AUTHOR

...view details