ଓଡିଶା

odisha

ETV Bharat / state

ଝାରସୁଗୁଡାରେ ପହଞ୍ଚିଲା କୃଷକ ଅଧିକାର ଯାତ୍ରା - କୃଷକ ଅଧିକାର ଯାତ୍ରା

12ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଗତ ମାର୍ଚ୍ଚ 12 ତାରିଖ ଦାଣ୍ଡିଯାତ୍ରା ଦିବସରୁ ଭୁବନେଶ୍ବରରୁ ଏହି ଯାତ୍ରା ବାହାରି ଗଞ୍ଜାମ, ଗଜପତି, କୋରାପୁଟ, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର ସହ 20ଟି ଜିଲ୍ଲା ଗସ୍ତ ଶେଷ କରିଥିଲା । ଗୁରୁବାର ଝାରସୁଗୁଡାରେ ପହଞ୍ଚିବା ପରେ ସେମାନଙ୍କୁ ଜିଲ୍ଲାରେ ଏକ ବାଇକ୍ ଶୋଭାଯାତ୍ରାରେ ବଡମାଳ ଛକ ଠାରୁ ସ୍ବାଗତ କରି ସ୍ଥାନୀୟ ଚାଷୀ ଓ ଶ୍ରମିକ ସଂଗଠନ ପକ୍ଷରୁ ଅଣାଯାଇଥିଲା । ଅଧିକ ପଢନ୍ତୁ...

ଝାରସୁଗୁଡାରେ ପହଞ୍ଚିଲା କୃଷକ ଅଧିକାର ଯାତ୍ରା
ଝାରସୁଗୁଡାରେ ପହଞ୍ଚିଲା କୃଷକ ଅଧିକାର ଯାତ୍ରା

By

Published : Mar 18, 2021, 10:35 PM IST

ଝାରସୁଗୁଡା: ଝାରସୁଗୁଡାରେ ପହଞ୍ଚିଲା କୃଷକ ଅଧିକାର ଯାତ୍ରା | 12ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଗତ ମାର୍ଚ୍ଚ 12 ତାରିଖ ଦାଣ୍ଡିଯାତ୍ରା ଦିବସରୁ ଭୁବନେଶ୍ବରରୁ ଏହି ଯାତ୍ରା ବାହାରି ଗଞ୍ଜାମ, ଗଜପତି, କୋରାପୁଟ, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର ସହ 20ଟି ଜିଲ୍ଲା ଗସ୍ତ ଶେଷ କରିଥିଲା । ଗୁରୁବାର ଝାରସୁଗୁଡାରେ ପହଞ୍ଚିବା ପରେ ସେମାନଙ୍କୁ ଜିଲ୍ଲାରେ ଏକ ବାଇକ୍ ଶୋଭାଯାତ୍ରାରେ ବଡମାଳ ଛକ ଠାରୁ ସ୍ବାଗତ କରି ସ୍ଥାନୀୟ ଚାଷୀ ଓ ଶ୍ରମିକ ସଂଗଠନ ପକ୍ଷରୁ ଅଣାଯାଇଥିଲା ।

ଝାରସୁଗୁଡାରେ ପହଞ୍ଚିଲା କୃଷକ ଅଧିକାର ଯାତ୍ରା

ପରେ କାପୁମାଲ ଠାରେ ଚାଷୀ ଓ ଶ୍ରମିକଙ୍କୁ ନେଇ ଆୟୋଜିତ ଏକ ସଭାରେ ଉପସ୍ଥିତ ଶ୍ରମିକ ଓ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ 3ଟି କୃଷି ବିଲର ନକାରାତ୍ମକ ଦିଗ ଉପରେ କହିଥିଲେ । ଏଥିସହ ରାଜ୍ୟରେ ବିଜେଡି ଓ ବିଜେପି ସଦସ୍ୟମାନେ ଯେପରି ବିଧାନସଭାରେ ହଟ୍ଟଗୋଳ କରି ବିଧାନସଭାକୁ ଚଳାଇ ଦେଉ ନାହାନ୍ତି ନାପସନ୍ଦ କରି ଉଭୟ ଦଳ ଚାଷୀଙ୍କ ମଧ୍ୟରେ ଧାନ କିଣାକୁ ନେଇ ଭ୍ରମ ସ୍ରୁଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି କହି ସମାଲୋଚନା କରିଛନ୍ତି |

ଏହି କ୍ରୁଷକ ଅଧିକାର ଯାତ୍ରା ଶହୀଦ ଭଗତ ସିଂହଙ୍କ ବଳିଦାନ ଦିବସରେ 23 ତାରିଖରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ଚାଷୀ ସମାବେଶ କରାଯିବ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details