ଓଡିଶା

odisha

ETV Bharat / state

ଲଖନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ନାଁରେ ଜାତି ପ୍ରମାଣ ପତ୍ର ଜାଲିଆତି ଅଭିଯୋଗ - ଲଖନପୁର ପଞ୍ଚାୟତ ସମିତି ଅଧ୍ଯକ୍ଷାଙ୍କ ନାଁରେ ଅଭିଯୋଗ

ଝାରୁସୁଗୁଡ଼ା ଜିଲ୍ଲା ଲଖନପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ହୁତେଶ୍ଵରୀ ତିହିରିଆଙ୍କ ନାଁରେ ଜାତିଗତ ପ୍ରମାଣ ପତ୍ର ଜାଲିଆତି ଅଭିଯୋଗ । ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

fake caste certificate allegation against lakhanpur panchayat samiti chairman
ଲଖନପୁର ପଞ୍ଚାୟତ ସମିତି ଅଧ୍ଯକ୍ଷାଙ୍କ ନାଁରେ ଜାତି ପ୍ରମାଣ ପତ୍ର ଜାଲିଆତି ଅଭିଯୋଗ

By ETV Bharat Odisha Team

Published : Aug 24, 2023, 8:02 AM IST

ଲଖନପୁର ପଞ୍ଚାୟତ ସମିତି ଅଧ୍ଯକ୍ଷାଙ୍କ ନାଁରେ ଜାତି ପ୍ରମାଣ ପତ୍ର ଜାଲିଆତି ଅଭିଯୋଗ

ଝାରସୁଗୁଡ଼ା: ଲଖନପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ହୁତେଶ୍ଵରୀ ତିହିରିଆ ଏବେ ବିବାଦରେ । ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରି ସମିତି ଅଧ୍ୟକ୍ଷା ପଦ ଦଖଲ କରିଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକେ ଝାରସୁଗୁଡ଼ା ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଉପଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ କରିଦେଇଥିବା ନେଇ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ:ମିଥ୍ୟା ପ୍ରମାଣପତ୍ର ଦେଇ ହାତେଇଥିଲେ ଚାକିରି, ଧରାପଡିବା ପରେ ଶିକ୍ଷୟିତ୍ରୀ ଫେରାର

ଏହା ମଧ୍ୟ ପଢ଼ନ୍ତୁ:SC ଓ ST ମାମଲାରେ ସକ୍ରିୟ ଭାବରେ ତଦନ୍ତ କରିବାକୁ ସମସ୍ତ ରାଜ୍ୟ ପୋଲିସକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

ସୂଚନା ଅନୁସାରେ, ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ ଥିଲା । ହୁତେଶ୍ଵରୀ ତିହିରିଆ କତରବଗା ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହେବା ପରେ ସେ ଏହି ପଦବୀ ହାତେଇଥିଲେ । ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରିଥିବା ନେଇ ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି । ସେ ମଝିଆ ସମ୍ପ୍ରଦାୟ ହୋଇଥିବା ସତ୍ତ୍ଵେ କିଭଳି ଅନୁସୂଚିତ ଜାତି ପ୍ରମାଣପତ୍ର ହାତେଇଲେ, ତାହାକୁ ନେଇ ଉଠିଛି ପ୍ରଶ୍ନ । ମାଝିଆ ସମ୍ପ୍ରଦାୟ ଅନୁସୂଚିତ ଜାତି ବର୍ଗର ହୋଇ ନ ଥିବା ବେଳେ ସେ ନିଜକୁ ଧୀବର ସମ୍ପ୍ରଦାୟ ଦର୍ଶାଇ ଜାତି ପ୍ରମାଣପତ୍ର ହାତେଇଥିବା କିଛି ଲୋକ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ସମ୍ବଲପୁର ଟାଉନ ଥାନା ଅଧିକାରୀଙ୍କ ନାଁରେ ଜାତି ପ୍ରମାଣପତ୍ର ଜାଲିଆତି ଅଭିଯୋଗ

ଅନ୍ୟପକ୍ଷରେ ଝାରସୁଗୁଡ଼ା ବିଧାୟିକା ଦୀପାଲି ଦାସ ମଝିଆ ଧୀବର ସମ୍ପ୍ରଦାୟକୁ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ SC ଏବଂ ST ବିକାଶ ବିଭାଗରେ ଅନୁରୋଧ କରିଛନ୍ତି । ଯାହାକୁ ଗଣ୍ଡା ସମାଜ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏନେଇ କିଛି ଲୋକେ ହୁତେଶ୍ଵରୀ ତିହିରିଆଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏଥିସହ ତାଙ୍କୁ ପଦରୁ ବହିସ୍କାର କରି ଯୋଗ୍ୟ ପ୍ରାର୍ଥୀଙ୍କୁ ପଦ ଦିଆଯିବାକୁ ଦାବି କରିଛନ୍ତି । ଏହି ଅଭିଯୋଗ ଅଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି । ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ କହିଛନ୍ତି, "ଲଖନପୁର ତହସିଲ ଜରିଆରେ ତଦନ୍ତ କରାଯିବ ଏବଂ ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ । ଯଦି ସେଥିରେ କିଛି ତୃଟି ବା ବ୍ୟତିକ୍ରମ ଦେଖାଦିଏ ତେବେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details