ଓଡିଶା

odisha

ETV Bharat / state

ତନୁଜାଙ୍କୁ ମିଳିଲା ରୋଜଗାର, ସୁଯୋଗ ଦେଲା ଏନଆଇଟି 1990 ବ୍ୟାଚ୍‌

ତନୁଜା ବାଗଙ୍କ ସଂଘର୍ଷମୟ ଜୀବନରେ ପଡିଲା ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ରାଉରକେଲା ସ୍ଥିତ ଏନଆଇଟି 1990 ବ୍ୟାଚର ପୁରାତନ ଛାତ୍ର ।

By

Published : Dec 30, 2019, 7:42 PM IST

ETV IMAPACT: Rourkela nit 1990 batch helped Tanjua bag
ଇଟିଭି ପ୍ରଭାବ: ତନୁଜା ବାଗକୁ ସହାୟତାରେ ହାତ ବଢାଇଲା ଏନଆଇଟି 1990 ବ୍ୟାଚ୍‌

ଝାରସୁଗୁଡା: ଝାରସୁଗୁଡା ଦେବଡିହିର ତନୁଜା ବାଗ । ଗତ ଜୁଲାଇ 1 ତାରିଖରେ ତନୁଜାଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ ଇଟିଭି ଭାରତରେ ହୋଇଥିଲା ଖବର ପ୍ରସାରଣ । ଏହା ପରେ ତାଙ୍କ ଦୁଃଖ ଶୁଣି ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିଲା ଚାକିରିର ପ୍ରତିଶ୍ରୁତି । କିନ୍ତୁ ସରକାରୀ କଳ କଚ୍ଛପ ଗତିରେ କାମ କରୁଥିବାରୁ ତାଙ୍କୁ ଏଯାବତ୍‌ ଚାକିରିଟିଏ ମିଳିପାରିନାହିଁ । ହେଲେ ଏବେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ରାଉରକେଲା ସ୍ଥିତ ଏନଆଇଟି 1990 ବ୍ୟାଚର ପୁରାତନ ଛାତ୍ର ।

ଇଟିଭି ପ୍ରଭାବ: ତନୁଜା ବାଗକୁ ସହାୟତାରେ ହାତ ବଢାଇଲା ଏନଆଇଟି 1990 ବ୍ୟାଚ୍‌

ଏହି ଛାତ୍ରମାନେ ତନୁଜାଙ୍କ ଖବର ଲିଙ୍କକୁ ସାମାଜିକ ଗଣମାଧ୍ୟମ ଗ୍ରୁପରେ ସେୟାର କରି ସାହାଯ୍ୟ କରିବାକୁ ଯୋଜନା ଆରମ୍ଭ କରିଥିଲେ । ସେହି ବ୍ୟାଚର ପୁରାତନ ଛାତ୍ର ସଦସ୍ୟ ଉରେନ ପଟ୍ଟନାୟକ ଝାରସୁଗୁଡା ଜିଲ୍ଲାରେ ଥିବା କୋଇଲା ଖଣିରେ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିବାରୁ ତାଙ୍କୁ ତନୁଜାଙ୍କ ସହ ଯୋଗାଯୋଗ କରିବାକୁ ଅନ୍ୟ ସଦସ୍ୟମାନେ ଅନୁରୋଧ କରିଥିଲେ । ପରେ ସେ ତାଙ୍କ ସହ ଯୋଗଯୋଗ କରି ଖବର ନେଇଥିଲେ । ଏହି ସମୟରେ ତନୁଜା ନିଜେ କିଛି ବ୍ୟବସାୟ କରି କୁକୁଡା ବିକ୍ରି କରି ପରିବାର ଚଳାଇବା କଥା ପ୍ରକାଶ କରିଥିଲେ । ଏହା ପରେ ପୁରାତନ ଛାତ୍ରମାନେ ରାଜି ହୋଇ ତନୁଜା ରହୁଥିବା ବାସସ୍ଥାନରେ ଏକ ଦୋକାନ ଘର, ବିଦ୍ୟୁତ ବ୍ୟବସ୍ଥା, କୁକୁଡା ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବସ୍ଥା କରିଥିଲେ । ଯାହାକୁ ନେଇ ତାଙ୍କ ପରିବାରରେ ଖୁସି ଦେଖିବାକୁ ମିଳିଛି । କୁକୁଡା ଦୋକାନର ପ୍ରତିଷ୍ଠା ଓ ପୂଜା କରାଯିବ ସହ ଭୋଜିର ଆୟୋଜନ ମଧ୍ୟ କରିଥିଲେ ।

ଗୋଟିଏ ପଟେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମତେ ବିଭିନ୍ନ କର୍ପୋରେଟ ସଂସ୍ଥା କ୍ରୀଡ଼ା ଏବଂ କ୍ରୀଡ଼ାବିତମାନଙ୍କ ପାଇଁ ଅନେକ କିଛି କାର୍ଯ୍ୟକ୍ରମ କରିବା ସହ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ତନୁଜାଙ୍କ ଭଳି ଜଣେ ଜାତୀୟ ପ୍ରତିଭା ଶିଳ୍ପ ନଗରୀ ଝାରସୁଗୁଡାରେ ଅଲୋଡ଼ା ହୋଇ ପଡ଼ିଛନ୍ତି । ବିଭିନ୍ନ ଦଳରେ ପ୍ରତିନିଧିତ୍ବ କରି ତନୁଜା ବିଭିନ୍ନ ସ୍ଥାନରେ ତାଙ୍କର ଖେଳର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ଯାହାର ମୁକସାକ୍ଷୀ ଭାବେ ତାଙ୍କର ପ୍ରଶଂସାପତ୍ର, ଟ୍ରଫି, ସିଲ୍‌ଡ ଓ ମେଡାଲ ଲିପିବଦ୍ଧ ହୋଇରହିଛି । ମାତ୍ର ଏହି ସିଲ୍‌ଡ ଓ ଟ୍ରଫି ତାଙ୍କ ଜୀବନରେ କୌଣସି ବି କାମରେ ଆସିଲାନି କହିଛନ୍ତି ତନୁଜା । ଜିଲ୍ଲା ପ୍ରଶାସନ ହେଉ କି ପୋଲିସ ପ୍ରଶାସନ ସମସ୍ତେ ଦୀର୍ଘ ବର୍ଷ ହେଲା ତନୁଜାଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି । ଏପରିକି ଝାରସୁଗୁଡା ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବା ବେଳେ ବଡ଼ ବଡ଼ କଳକାରଖାନା ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେବାରେ ଅବହେଳା କରି ନାହାନ୍ତି । ମାତ୍ର ସମସ୍ତେ ନିଜ ପ୍ରତିଶ୍ରୁତି ଦେଇ ଭୂଲିଯାଇଥିଲେ ।

ହେଲେ ଏନଆଇଟି ରାଉରକେଲାର ପୁରାତନ ଛାତ୍ରଙ୍କ ସହଭାଗିତାରେ ଆଜି ସେ ସ୍ବାବଲମ୍ବୀ । ସତେଯେମିତି ତାଙ୍କ ଜୀବନର ଏକ ନୂଆ ଇନିଂସ ଆରମ୍ଭ ହୋଇଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details