ଓଡିଶା

odisha

ETV Bharat / state

ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ: ବିଜେଡିର ମହିଳା କର୍ମୀ ସମ୍ମିଳନୀ, ବିଜେପିର ଆଇନ ଶୃଙ୍ଖଳା ପ୍ରସଙ୍ଗ

ଝାରସୁଗୁଡାର ରଘୁନାଥପାଲିଠାରେ ବିଜେଡିର ମହିଳା କର୍ମୀ ସମ୍ମିଳନୀ ଅନୁଷ୍ଠିତ । ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କଲେ ଦୀପାଳି । ଆଇନ ଶୃଙ୍ଖଳାକୁ ପ୍ରସଙ୍ଗ କରି ଭୋଟ ମାଗିଲା ବିଜେପି । ଅଧିକ ପଢନ୍ତୁ

ବିଜେଡିର ମହିଳା କର୍ମୀ ସମ୍ମିଳନୀ
ବିଜେଡିର ମହିଳା କର୍ମୀ ସମ୍ମିଳନୀ

By

Published : Apr 23, 2023, 12:03 PM IST

ବିଜେଡିର ମହିଳା କର୍ମୀ ସମ୍ମିଳନୀ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତିନି ପ୍ରମୁଖ ଦଳ । ଭୋଟରଙ୍କ ଆକୃଷ୍ଟ କରିବାକୁ ତିନି ଦଳର ପ୍ରାର୍ଥୀ ଜୋରଦାର ପ୍ରଚାର କରୁଛନ୍ତି । ବିଶେଷକରି ଝାରସୁଗୁଡାରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଛି । ଏହି ଉପନିର୍ବାଚନ ପରିପ୍ରେକ୍ଷୀରେ ଶନିବାର ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଲାବିରା ବ୍ଲକର ରଘୁନାଥପାଲି ଠାରେ ବିଜେଡି ପକ୍ଷରୁ ଏକ ମହିଳା କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କର୍ମୀ ସମ୍ମିଳନୀରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ଏବଂ ଦଳର ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

ନିରଞ୍ଜନ ପୂଜାରୀ କର୍ମୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ କରୁଥିବା କାର୍ଯ୍ୟ, ମହିଳାଙ୍କ ଉନ୍ନତି ପାଇଁ ଯୋଜନା ବିଷୟରେ ଅବଗତ କରାଇଥିଲେ । ଗାଁ ଗାଁରେ ଘରେ ଘରେ ଲୋକଙ୍କ ମନରେ ନବୀନ ପଟ୍ଟନାୟକ ରହିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳର ବିଜୟ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଦୀପାଳି ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟ ଯୋଗୁଁ ଲୋକେ ବହୁତ ଖୁସି ଅଛନ୍ତି । ତାଙ୍କ ପ୍ରତି ଝାରସୁଗୁଡାବାସୀଙ୍କ ସମର୍ଥନ ରହିଛି । ଉପନିର୍ବାଚନ ବିଜେଡି ଭଲ ପ୍ରଦର୍ଶନ କରିବ ନିର୍ବାଚନରେ ଆମେ ବହୁତ ଭଲ ରେଜଲ୍ଟ କରିବୁ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଏହି ସମ୍ମିଳନୀରେ କୋଲାବିରା ବ୍ଲକର ସମସ୍ତ ଗ୍ରାମରୁ ଶତାଧିକ ମହିଳା ଯୋଗ ଦେଇଥିଲେ ।

ସେପଟେ ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ଝାରସୁଗୁଡା ମୁନିସିପାଲିଟିର 16 ଓ 17 ନଂ ୱାର୍ଡରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଦଳୀୟ କର୍ମୀଙ୍କ ସହ ଶନିବାର ପ୍ରଚାର କରିଛନ୍ତି । ଶୈବପୀଠ ପାହାଡ଼େଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରି ସେ ପ୍ରଚାର ଆରମ୍ଭ କରିଛନ୍ତି । ଝାରସୁଗୁଡାରୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ବିଜେପି ପ୍ରାର୍ଥୀ ଭୋଟ ମାଗୁଛନ୍ତି । 25 ବର୍ଷର ଅହଙ୍କାରୀ ବିଜେଡି ସରକାର ଶାସନରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ଯାଇଛନ୍ତି । ତେଣୁ ଏଥର ଝାରସୁଗୁଡାବାସୀ ବିଜେପିକୁ ଭୋଟ ଦେବେ ବୋଲି ପ୍ରଚାର ସମୟରେ ଟଙ୍କଧର କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡା ବିଧାନସଭା ଆସନ ଖାଲି ପଡିଛି । ଏଥିପାଇଁ ଆସନ୍ତା ମେ' ୧୦ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details