ଓଡିଶା

odisha

ETV Bharat / state

ଆଜିଠୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ, ଚଳଚଞ୍ଚଳ ଝାରସୁଗୁଡା

ଆରମ୍ଭ ହୋଇଛି ନବରାତ୍ରୀ । ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା ଅନୁଷ୍ଠିତ ହେବ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଝାରସୁଗୁଡା । ଅଧିକ ପଢନ୍ତୁ

durga puja 2023
durga puja 2023

By ETV Bharat Odisha Team

Published : Oct 15, 2023, 3:23 PM IST

durga puja 2023

ଝାରସୁଗୁଡା: ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । 9 ଦିନ ଧରି ମାଆ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା ଅନୁଷ୍ଠିତ ହେବ । ଏହି ସମୟରେ ମା’ ଦୁର୍ଗତି ନାଶିନୀ ନିଜ ଭକ୍ତଙ୍କ ଦୁଃଖ ଦୂର କରିବା ପାଇଁ ଧରା ପୃଷ୍ଠକୁ ଅବତରଣ କରିଥାଆନ୍ତି l ନବରାତ୍ରୀର ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ l ମାଆଙ୍କ ନିକଟରେ ଅକ୍ଷତ, ଧଳା ପୁଷ୍ପ, ଧୂପ, ଦୀପ, ଫଳ, ସିନ୍ଦୁର, ସଂଖା ଇତ୍ୟାଦିରେ ପୂଜା କରାଯାଇଥାଏ ।

ତେବେ ମାଆଙ୍କ ଆଗାମନ ପାଇଁ ସଜେଇ ହେଉଛି ଝାରସୁଗୁଡା l ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଅତି ଧୁମଧାମରେ ପାଳନ କରିବା ପାଇଁ ଝାରସୁଗୁଡା ଜିଲ୍ଲାରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ପୂଜା ମଣ୍ଡପମାନଙ୍କରେ ସାଜସଜ୍ଜା ଉପରେ ବେଶ ଗୁରୁତ୍ୱ ଦେଉଛନ୍ତି ପୂଜା କମିଟି l ମନ ଜିଣିବା ଭଳି ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗ ଲାଇଟ ପ୍ରତି ସମସ୍ତ ପୂଜା ମଣ୍ଡପ ଗୁଡିକ ବେଶ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି l ଝାରସୁଗୁଡା ସହର ଓ ତାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ସ୍ଥାନରେ ଏଥର ଦୁର୍ଗାପୂଜା ପାଳନ କରାଯାଉଛି l ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାର କାରିଗରମାନେ ଝାରସୁଗୁଡା ଆସି ମୂର୍ତ୍ତି ତିଆରି ଓ ତୋରଣ କାମରେ ଲାଗି ପଡିଛନ୍ତି । ଷଷ୍ଠୀ ପୂର୍ବରୁ ଅର୍ଥାତ ୨୦ ତାରିଖ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ପ୍ରୟାସ କରୁଛନ୍ତି l

ଏହା ମଧ୍ୟ ପଢନ୍ତୁ- ଦୂର୍ଗା ପୂଜା ପୂର୍ବରୁ ଚଳଚଞ୍ଚଳ ଇସ୍ପାତ ନଗରୀ, କ୍ରିକେଟ ଷ୍ଟାଡିୟମ ପୂଜା ପେଣ୍ଡାଲ୍‌ ସାଜିବ ମୁଖ୍ୟ ଆକର୍ଷଣ

ଅନ୍ୟପକ୍ଷରେ ଗତକାଲି ମହାଳୟା ପୂଜା ଓ କଳସ ଯାତ୍ରା ପରେ ପରେ ଆଜି ଦେବୀ ମଣ୍ଡପ ମାନଙ୍କରେ ପୂଜା ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ା ବେହେରମାଲ ଦୁର୍ଗା ମନ୍ଦିର, ଷ୍ଟେସନ ଛକଠାରେ ଥିବା କନକ ଦୁର୍ଗା ମନ୍ଦିରରେ ମାଆଙ୍କ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହୋଇଯାଇଛି । ଆସନ୍ତା ୨୦ ତାରିଖରୁ ଦୁର୍ଗା ପୂଜା ପାଇଁ ଝାରସୁଗୁଡ଼ା ସହରାଞ୍ଚଳ, ବ୍ରଜରାଜନଗର ସହରାଞ୍ଚଳ ଓ ବେଲପାହାଡ଼ ସହରାଞ୍ଚଳରେ ବେଶ ଭିଡ଼ ଦେଖିବାକୁ ମିଳିବ । ଲୋକଙ୍କ ମନୋରଞ୍ଜନ ପାଇଁ ଅପେରା, ଅର୍କେଷ୍ଟ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବିଭିନ୍ନ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହେବ । ଏହାକୁ ଦେଖିବା ପାଇଁ ଖାଲି ଝାରସୁଗୁଡା ନୁହେଁ ବରଂ ଝାରସୁଗୁଡ଼ା ଜିଲ୍ଲା ବାହାରୁ ଓ ପଡୋଶୀ ରାଜ୍ୟ ଛତିଶଗଡ଼ରୁ ମଧ୍ୟ ଭକ୍ତ ଆସି ମାଆଙ୍କ ଦର୍ଶନ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥାନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details