ଓଡିଶା

odisha

ETV Bharat / state

ଦୁଲ୍‌ଦୁଲିରେ ଦୁଲୁକିଲା ଝାରସୁଗୁଡ଼ା - jharsuguda news

Dulduli Festival: ଝାରସୁଗୁଡ଼ା ଜିଲ୍ଲାର ୩୧ତମ ପ୍ରତିଷ୍ଠା ଦିବସ ଅବସରରେ ଦୁଲ୍‌ଦୁଲି ୨୦୨୪ କାର୍ଯ୍ୟକ୍ରମ ସହ ପଞ୍ଚଦିବସୀୟ ପଲ୍ଲିଶ୍ରୀ ମେଳାର ଶୁଭାରମ୍ଭ କରାଯାଇଛି । ଅଧିକ ପଢନ୍ତୁ

ଦୁଲ୍‌ଦୁଲିରେ ଦୁଲୁକିଲା ଝାରସୁଗୁଡ଼ା
ଦୁଲ୍‌ଦୁଲିରେ ଦୁଲୁକିଲା ଝାରସୁଗୁଡ଼ା

By ETV Bharat Odisha Team

Published : Jan 2, 2024, 7:39 AM IST

ଦୁଲ୍‌ଦୁଲିରେ ଦୁଲୁକିଲା ଝାରସୁଗୁଡ଼ା

ଝାରସୁଗୁଡ଼ା:ଜିଲ୍ଲା ମହୋତ୍ସବ 'ଦୁଲ୍‌ଦୁଲି ୨୦୨୪' ଅନୁଷ୍ଠିତ ହୋଇଛି । ୩୧ତମ ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଦୁଲ୍‌ଦୁଲି ୨୦୨୪ କାର୍ଯ୍ୟକ୍ରମ ସହ ପଞ୍ଚଦିବସୀୟ ପଲ୍ଲିଶ୍ରୀ ମେଳା ଆଡମ୍ବର ସହ ଶୁଭାରମ୍ଭ ହୋଇଛି । ଏଥିପାଇଁ ପ୍ରଥମେ ଝାରସୁଗୁଡ଼ା ଇଷ୍ଟ ଝାଡେଶ୍ବର ବାବାଙ୍କ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବାହାରିଥିବା ଏହି ଶୋଭାଯାତ୍ରା ପୁରୁନାବସ୍ତି ଛକ ଦେଇ କନକ ଦୁର୍ଗା ମନ୍ଦିରରେ ପହଞ୍ଚିଥିଲା । କନକ ଦୁର୍ଗା ମନ୍ଦିରଠାରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଓ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ ପୂଜାର୍ଚ୍ଚନା କରିଥିଲେ ।

ଏହାପରେ ସରବାହାଲ ହାଇସ୍କୁଲ ସ୍ଥିତ ଖେଳ ପଡିଆଠାରେ ଅନୁଷ୍ଠିତ ଦୁଲ୍‌ଦୁଲି ମହୋତ୍ସବ ମଣ୍ଡପକୁ ପହଞ୍ଚିଥିଲେ । ଶୋଭାଯାତ୍ରା ସମୟରେ ବିଭିନ୍ନ ସ୍ଥାନମାନଙ୍କରେ ଅନେକ ସଂଗଠନ ପକ୍ଷରୁ ସ୍ଵାଗତ କରାଯାଇଥିଲା । ମହୋତ୍ସବର ପ୍ରଥମ ସନ୍ଧ୍ୟା ବା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ଶିଳ୍ପ ବୟନ ମନ୍ତ୍ରୀ ରିତା ସାହୁ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଝାରସୁଗୁଡ଼ା ପୌର ପରିଷଦ ଅଧ୍ୟକ୍ଷା ରାନୀ ହାତି, ବ୍ଲକ ଅଧ୍ୟକ୍ଷା ଚିତ୍ରାଣି ପଟେଲ, ଏମସିଏଲ ଉଦୟ ଏ କାଉଲେ, ବେଦାନ୍ତ ସିଇଓ ସୁନିଲ ଗୁପ୍ତା ପ୍ରମୁଖ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ବୋଲଗଡ଼ ମହୋତ୍ସବରେ କଳା ଓ ସଂସ୍କୃତିର ଝଲକ

ଏହା ମଧ୍ୟ ପଢନ୍ତୁ...କଳାହାଣ୍ଡିରେ ୧୩ତମ ଜାତୀୟ ନାଟକ ମହୋତ୍ସବ ଉଦଘାଟିତ

ତେବେ ନିର୍ଦ୍ଧାରିତ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ଚିରାଚରିତ ଢଙ୍ଗରେ ପ୍ରଥମେ ଏକାସଙ୍ଗରେ ୪୩୫ଟି ଷ୍ଟଲ ସ୍ଥିତ ପଲ୍ଲିଶ୍ରୀ ମେଳାର ଉଦଘାଟନ କରାଯାଇଥିଲା । ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ପ୍ରଥମ ସନ୍ଧ୍ୟାରେ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସୃଜନୀ ପରିବାର, ଝାରସୁଗୁଡ଼ା ପକ୍ଷରୁ ଭରନି, ସପ୍ତର୍ଷି ଅନୁଷ୍ଠାନ କଲିକତା ପକ୍ଷରୁ କଥକ ମାଳା, ବରନୋଇ ସାପୋରି ସାଂସ୍କୃତିକ ଗୋଷ୍ଠୀ ଆସାମ ପକ୍ଷରୁ ବିହୁ ପରିବେଷଣ ହୋଇଥିଲା । ଏହାସହ ମାଧବ ସଙ୍ଗୀତ ବିଦ୍ୟାଳୟ ବ୍ରଜରାଜନଗର ତରଫରୁ ଓଡ଼ିଶୀ ନୃତ୍ୟ, ମହିମା ସାଂସ୍କୃତିକ ଅନୁଷ୍ଠାନ ଲଖନପୁର ପକ୍ଷରୁ ଭୁଆସେନ କାନ୍ଦି ଓ ସନ୍ତାଞ୍ଜୟୀ କଳା ପରିଷଦ ବଲାଙ୍ଗୀର ପକ୍ଷରୁ ଡାଲଖାଇ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୁଗ୍ଧ କରିଥିଲା ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details