ଓଡିଶା

odisha

ETV Bharat / state

ଦୁଇ ମାସ ପରେ ଝାରସୁଗୁଡ଼ାରୁ ଆରମ୍ଭ ହେଲା ବିମାନ ସେବା

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜି ଠାରୁ ବିମାନସେବା ଚଳାଚଳ ଆରମ୍ଭ ହୋଇଛି । ପ୍ରାୟ 2ମାସ ପରେ ବିମାନ ସେବା ଆରମ୍ଭ ହେଉଥିବାରୁ ପ୍ରଶାସନ, ବିମାନବନ୍ଦର କର୍ତ୍ତୃପକ୍ଷ କୋଭିଡ19 ନିୟମ ପାଳନ କରିବାକୁ ସମସ୍ତ ପ୍ରସ୍ତୁତି କରିଛନ୍ତି ।

2ମାସ ପରେ ଝାରସୁଗୁଡ଼ାରୁ ଆରମ୍ଭ ହେଲା ବିମାନ ସେବା
2ମାସ ପରେ ଝାରସୁଗୁଡ଼ାରୁ ଆରମ୍ଭ ହେଲା ବିମାନ ସେବା

By

Published : May 25, 2020, 10:35 PM IST

ଝାରସୁଗୁଡା: ଦୁଇ ମାସର ଲକଡାଉନ ପରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସୋମବାର ଠାରୁ ବିମାନସେବା ଚଳାଚଳ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଏଲାଂସ ଏୟାରର ବିମାନ ବାତିଲ ହେବାରୁ କୋଲକାତା ଓ ଭୁବନେଶ୍ବରକୁ 27 ତାରିଖ ପର୍ଯ୍ୟନ୍ତ ବିମାନଯାତ୍ରା ବନ୍ଦ ରହିବ । ଏଥିସହ କୋଲକାତାକୁ ସ୍ପାଇସ ଜେଟର ଉଡାଣ 27ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

ଆଜିଠୁ କେବଳ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ ନୂଆଦିଲ୍ଲୀକୁ ବିମାନ ଚଳାଚଳ କରିବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ 25 ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଦେବା ସହ ଏସଓପି ଜାରି କରିଥଲା ମନ୍ତ୍ରଣାଳୟ । କେନ୍ଦ୍ର ସରକାରଙ୍କ ଏସଓପିକୁ ଆଧାର କରି ଝାରସୁଗୁଡା ବିମାନବନ୍ଦରରେ କିପରି ସୁରକ୍ଷିତ ଯାତ୍ରା କରିବେ ବିମାନ ଯାତ୍ରୀ ସେଥିପାଇଁ ଜିଲ୍ଲାପାଳ, ଏସପି ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଗତ ଶୁକ୍ରବାର ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଓ ଏସପି ବିମାନବନ୍ଦରକୁ ଯାଇ ତଦନ୍ତ କରି ବିମାନଯାତ୍ରୀଙ୍କ ସ୍କ୍ରିନିଂ କରିବାକୁ ଗୋଟିଏ କାଉଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ।

2ମାସ ପରେ ଝାରସୁଗୁଡ଼ାରୁ ଆରମ୍ଭ ହେଲା ବିମାନ ସେବା

ପ୍ରଶାସନ ପକ୍ଷରୁ ବିମାନଯାତ୍ରୀଙ୍କ ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ କେନ୍ଦ୍ର ସରକାରଙ୍କ ଏସଓପି ପାଳନ କରାଯିବ ବୋଲି ଜିଲ୍ଲାପାଳ ଓ ଏସପି କହିଛନ୍ତି । ପ୍ରାୟ 2ମାସ ପରେ ବିମାନ ସେବା ଆରମ୍ଭ ହେଉଥିବାରୁ ପ୍ରଶାସନ, ବିମାନବନ୍ଦର କର୍ତ୍ତୃପକ୍ଷ କୋଭିଡ19 ନିୟମ ପାଳନ କରିବାକୁ ସମସ୍ତ ପ୍ରସ୍ତୁତି କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details