ଓଡିଶା

odisha

ETV Bharat / state

ଶିଶୁକୁ ଚିକିତ୍ସା ପାଇଁ ନେଇଥିଲେ, ଚାପୁଡା ମାରିଲେ ଡାକ୍ତର ! - ଶିଶୁର ଚିକିତ୍ସା ବେଳେ ଚାପୁଡ଼ା ମାରିଲେ ଡାକ୍ତର

ମେଡ଼ିକାଲକୁ ହାତ ପ୍ଲାଷ୍ଟର ପାଇଁ ଯାଇଥିବାବେଳେ ଶିଶୁ କାନ୍ଦିବାରୁ ଡାକ୍ତର ମାରିଲେ ଚାପୁଡ଼ା । ଅଭିଯୋଗ ଆଣିଲେ ଶିଶୁର ବାପା । ଅଧିକ ପଢ଼ନ୍ତୁ

doctor slaps child during treatment in jharsuguda
ଶିଶୁକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଚାପୁଡ଼ା ମାରିଲେ ଡାକ୍ତର

By

Published : Feb 26, 2022, 1:02 PM IST

ଝାରସୁଗୁଡ଼ା: ମେଡ଼ିକାଲକୁ ହାତ ପ୍ଲାଷ୍ଟର ପାଇଁ ଯାଇଥିବାବେଳେ ଶିଶୁ କାନ୍ଦିବାରୁ ଡାକ୍ତର ମାରିଲେ ଚାପୁଡ଼ା । ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବଜାର ସ୍ଥିତ ଏକ ଘରୋଇ ଡାକ୍ତର ଚିକିତ୍ସା ପାଇଁ ଆସିଥିବା ଶିଶୁକୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ନେଇ ଶିଶୁର ବାପା ଥାନାରେ ଏତଲା ଦେଇଛନ୍ତି।

ଶିଶୁକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଚାପୁଡ଼ା ମାରିଲେ ଡାକ୍ତର

ଘଟଣାନୁସାରେ ଝାରସୁଗୁଡ଼ା କାପୁମାଲରେ ରହୁଥିବା ସୁକାନ୍ତ ଦୀପଙ୍କ ପୁଅ ଖେଳୁଥିବା ସମୟରେ ପଡିଯାଇଥିଲା। ଆହତ ଶିଶୁକୁ ମଙ୍ଗଲବଜାର ସ୍ଥିତ ଏକ ଘରୋଇ ମେଡିକାଲକୁ ଆଣିବା ପରେ ଶିଶୁର ହାତ ଫ୍ୟାକଚର ହୋଇଥିବା ଜଣାପଡ଼ିଥିଲା । ଡାକ୍ତର ହାତ ଫ୍ୟାକଚର ହୋଇଥିବା ନେଇ ପ୍ଲାଷ୍ଟର କରିବା ପାଇଁ ଯାଉଥିବା ବେଳେ ଶିଶୁଟି ଜୋରରେ କାନ୍ଦିଥିଲା। ଏନେଇ ଡାକ୍ତର ଶିଶୁଟିକୁ ଚାରି ପାଞ୍ଚ ଚାପୁଡ଼ା ମାରିଥିବା ଶିଶୁର ବାପା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଚାଇଲ୍ଡଲାଇନକୁ ସୂଚନା ଦେଇଥିଲା । ତେବେ ପୋଲିସ ଏବଂ ଚାଇଲ୍ଡଲାଇନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟ ପକ୍ଷରେ ଡାକ୍ତର ପ୍ରଭାତ କୁମାର ଜୈନ, ଅଭିଯୋଗକୁ ଭିତ୍ତିହିନ ବୋଲି କହିଛନ୍ତି । ଶିଶୁଟିର ହାତ ଫ୍ୟାକଚର ହେବା ଫଳରେ ଶିଶୁଟି କଷ୍ଟ ପାଉଥିଲା । ଶିଶୁଟି ଅଧିକ କାନ୍ଦିବାରୁ ତାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିବା ବେଳେ କୌଣସି ମତେ ହାତ ବାଜିଥାଇପାରେ । ଯାହାକୁ ନେଇ ଶିଶୁର ସମ୍ପର୍କୀୟ ଉତ୍ୟକ୍ତ ହୋଇ ଅଭିଯୋଗ କରିବା ସହ ଶିଶୁଟିକୁ ଅନ୍ୟତ୍ର ଚିକିତ୍ସା ପାଇଁ ନେଇଥିଲେ ବୋଲି ଡାକ୍ତର ଜଣକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଏବଂ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details