ଓଡିଶା

odisha

ETV Bharat / state

ପ୍ରବାସୀ ଶ୍ରମିକଙ୍କ ପାଇଁ ଜିଲ୍ଲା ନିଯୁକ୍ତି ମେଳା ଆୟୋଜିତ, ବିଜେପିର କଟାକ୍ଷ - ପ୍ରବାସୀ ଶ୍ରମିକ

ଝାରସୁଗୁଡ଼ା ଜିଲ୍ଳାରେ ଆୟୋଜିତ ହୋଇଛି ଜିଲ୍ଲାସ୍ତରୀୟ ପ୍ରବାସୀ ନିଯୁକ୍ତି ମେଳା । ଝାରସୁଗୁଡ଼ାର ମନମୋହନ ଏମ. ଇ ସ୍କୁଲ ପଡିଆ ଠାରେ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଇଛି । ଅଧିକ ଖବର ପଢନ୍ତୁ...

ପ୍ରବାସୀ ଶ୍ରମିକଙ୍କ ପାଇଁ ଜିଲ୍ଲା ନିଯୁକ୍ତି ମେଳା ଆୟୋଜିତ
ପ୍ରବାସୀ ଶ୍ରମିକଙ୍କ ପାଇଁ ଜିଲ୍ଲା ନିଯୁକ୍ତି ମେଳା ଆୟୋଜିତ

By

Published : Aug 17, 2020, 3:55 PM IST

Updated : Aug 17, 2020, 9:19 PM IST

ଝାରସୁଗୁଡ଼ା: ଜିଲ୍ଳାରେ ଆୟୋଜିତ ହୋଇଛି ଜିଲ୍ଲାସ୍ତରୀୟ ପ୍ରବାସୀ ନିଯୁକ୍ତି ମେଳା । ଝାରସୁଗୁଡ଼ାର ମନମୋହନ ଏମ. ଇ ସ୍କୁଲ ପଡିଆ ଠାରେ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଇଛି । ମହାମାରୀ କୋରୋନା ଯୋଗୁଁ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଲକଡାଉନ ପାଇଁ ନିଜ ଜିଲ୍ଲାକୁ ଫେରି ଆସିଥିବା ଶ୍ରମିକ ରୋଜଗାର ହରାଇଥିବାବେଳେ ବର୍ତ୍ତମାନ ଜିଲ୍ଲାରେ ନିଯୁକ୍ତି ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ।

ଏହି ନିଯୁକ୍ତି ମେଳାରେ ଜିଲ୍ଲାର ବିଭିନ୍ନ ସଂସ୍ଥା ଅଂଶ ଗ୍ରହଣ କରି ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ସୁଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଉଦଘାଟନ କରିଥିବାବେଳେ ଏଥିରେ ଜିଲ୍ଲା ନିଯୁକ୍ତି ଅଧିକାରୀ ଯୋଗ ଦେଇଥିଲେ ।

ପ୍ରବାସୀ ଶ୍ରମିକଙ୍କ ପାଇଁ ଜିଲ୍ଲା ନିଯୁକ୍ତି ମେଳା ଆୟୋଜିତ

ସେପଟେ ପ୍ରବାସୀ ନିଯୁକ୍ତି ମେଳାକୁ ଏକ ପ୍ରହସନ ବୋଲି ରାଜ୍ୟ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି। କୋରୋନା ମହାମାରୀ ସମୟରେ ଅନ୍ୟ ରାଜ୍ୟରୁ ଆସିଥିବା ଯେଉଁ ପ୍ରବାସୀ ଶ୍ରମିକ ମାନେ ରେଜିଷ୍ଟ୍ରେସନ ପୂର୍ବରୁ ଓ ପରେ ଆସିଛନ୍ତି ସେହି ଶ୍ରମିକ ମାନେ ଏହି ନିଯୁକ୍ତି ମେଳାରେ ସୁଯୋଗ ନେଇ ପାରିନାହାଁନ୍ତି । ନିଯୁକ୍ତି ଓ ରୋଜଗାରରୁ ବଞ୍ଚିତ ହେଲେ ଏଥିପାଇଁ ରାଜ୍ୟ ସରକାର ଓ ଜିଲାପ୍ରଶାସନ ଦାୟୀ ହେବେ ବୋଲି କହିବା ସହ ଝାରସୁଗୁଡ଼ାରେ ବିଭିନ୍ନ କମ୍ପାନୀ ଓ କୋଇଲା ଖଣି ଥିବା ବେଳେ ସିଧାସଳଖ କମ୍ପାନୀରେ ରୋଜଗାର ସୁଯୋଗ ନଦେଇ କମ୍ପାନୀର ଠିକା ସଂସ୍ଥାରେ ନିଯୁକ୍ତି କରାଉଛନ୍ତି । ଆଗାମୀ ଦିନରେ ଜିଲ୍ଲାର ପ୍ରବାସୀ ଶ୍ରମିକ ଓ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କ ପାଇଁ ଝାରସୁଗୁଡା ଜିଲ୍ଲାରେ ରହିଥିବା କଳ କାରଖାନାରେ ନିଯୁକ୍ତି ର ସୁଯୋଗ ଦେବାକୁ ସେ କହିଛନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Aug 17, 2020, 9:19 PM IST

ABOUT THE AUTHOR

...view details