ଝାରସୁଗୁଡା: ଜିଲ୍ଲାରେ ଖୋଲିଲା ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ । ଜିଲ୍ଲାପାଳ ଅଫିସର ଦ୍ୱିତୀୟ ମହଲାରେ ସ୍ୱତନ୍ତ୍ର ଭାବେ ଗୋଟିଏ କୋଠରୀକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଭାବେ ଉଦଘାଟନ କରାଯାଇଛି । ମଙ୍ଗଳବାର ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ଏହି କାର୍ଯ୍ୟାଳୟର ଉଦଘାଟନ କରି ଜିଲ୍ଲା ଯୋଜନା ନିର୍ଦ୍ଦେଶକଙ୍କୁ ଜିଲ୍ଲା କାର୍ଯ୍ୟାଳୟର ମୁଖ୍ୟ ଭାବେ ଅବସ୍ଥାପିତ କରିଥିବା ସୂଚନା ଦେଇଛନ୍ତି । ଏଥିସହ ଖୁବଶୀଘ୍ର ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସହ ଅନ୍ୟ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଣାଇଛନ୍ତି |
ଝାରସୁଗୁଡାରେ ଖୋଲିଲା ପଶ୍ଚିମ ଓଡିଶା ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟାଳୟ - Western Odisha Development Council
ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ବିତୀୟ ମହଲାରେ ଖୋଲିଲା ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ । ଅଧିକ ପଢନ୍ତୁ...
ଝାରସୁଗୁଡାରେ ଖୋଲିଲା ପଶ୍ଚିମ ଓଡିଶା ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟାଳୟ
ଝାରସୁଗୁଡାରେ ଖୋଲିଲା ପଶ୍ଚିମ ଓଡିଶା ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟାଳୟ
କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର 10ଟି ଜିଲ୍ଲା ସମେତ ଆଠମଲ୍ଲିକ ସବଡିଭିଜନରେ ଗୋଟିଏ ଲେଖାଏଁ ବିକାଶ ପରିଷଦର କାର୍ଯ୍ୟାଳୟ ଖୋଲିବାକୁ ଘୋଷଣା କରିଥିଲେ । ଏହିକ୍ରମରେ ମଙ୍ଗଳବାର ଝାରସୁଗୁଡାରେ ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ ଆରମ୍ଭ ହୋଇଥିବାରୁ ଯୋଜନାର ସଫଳ ରୂପାୟନ ସାଙ୍ଗକୁ ତ୍ୱରିତ ପ୍ରକ୍ରିୟାରେ ଉନ୍ନୟନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି |
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ