ଓଡିଶା

odisha

ETV Bharat / state

45 ଦିନ ପରେ ଧାରଣାରୁ ହଟିଲେ ବିସ୍ଥାପିତ - ବିସ୍ଥାପିତ

ବିସ୍ଥାପିତଙ୍କୁ ମିଳୁନି ଉଚିତ କ୍ଷତିପୂରଣ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ...

ଦୂର ହେଉନି ବିସ୍ଥାପିତଙ୍କ ଦୁଃଖ,45 ଦିନ ପରେ ଧାରଣା ପ୍ରତ୍ୟାହୃତ
ଦୂର ହେଉନି ବିସ୍ଥାପିତଙ୍କ ଦୁଃଖ,45 ଦିନ ପରେ ଧାରଣା ପ୍ରତ୍ୟାହୃତ

By

Published : Aug 11, 2021, 8:17 AM IST

ଝାରସୁଗୁଡା: ବିସ୍ଥାପିତଙ୍କୁ ମିଳୁନି ଉଚିତ କ୍ଷତିପୂରଣ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଝାରସୁଗୁଡା ଜିଲ୍ଲାରେ ଏମସିଏଲ୍ ଦ୍ୱାରା ଦର୍ଲିପାଲିରେ ଗ୍ରାମବାସୀଙ୍କ ଜମି ଅଧିଗ୍ରହଣ କରାଯାଇଥିଲା । କିନ୍ତୁ ଦୀର୍ଘବର୍ଷ ହେବ ଜମି ଅଧିଗ୍ରହଣ ହୋଇଥିଲେ ମଧ୍ଯ ଆବଶ୍ୟକ କ୍ଷତିପୂରଣ, ନିଯୁକ୍ତି କି ଥଇଥାନ ପାଇ ନଥିବା ଅଭିଯୋଗ ହୋଇଛି ।

ଦୂର ହେଉନି ବିସ୍ଥାପିତଙ୍କ ଦୁଃଖ,45 ଦିନ ପରେ ଧାରଣା ପ୍ରତ୍ୟାହୃତ

ତେଣୁ ଲଖନପୁର କୋଇଲାଖଣି ବିସ୍ଥାପିତ ସଂଗ୍ରାମ ସମିତି ନେତୃତ୍ବରେ ଦର୍ଲିପାଲିବାସୀ ଲଖନପୁର ଖଣିକ୍ଷେତ୍ରର ଗତ 28 ତାରିଖରୁ ଜିଏମ୍ ଅଫିସ ସମ୍ମୁଖରେ ଆମରଣ ଅନସନ କରିଥିଲେ । ମଙ୍ଗଳବାର ଅର୍ଥାତ 45 ଦିନ ପରେ ତାହା ପ୍ରତ୍ୟାହାର ହୋଇଛି । ବିଧାୟକ କିଶୋର ମହାନ୍ତି ଆନ୍ଦୋଳନ ସ୍ଥାନରେ ପହଁଞ୍ଚି ଆଲୋଚନା କରିଥିଲେ । ଚଳିତ ମାସ 17 ତାରିଖ ଦିନ ରାଜ୍ୟ ରାଜସ୍ୱ ମନ୍ତ୍ରୀଙ୍କ ସହିତ ଏ ନେଇ ଆଲୋଚନା କରାଯିବ ବୋଲି ବିଧାୟକ କହିଛନ୍ତି । ବିଧାୟକ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିବାକୁ ଧାରଣାକାରୀଙ୍କୁ ପରାମର୍ଶ ଦେଇଥିଲେ । ଫଳରେ ଧାରଣା ପ୍ରତ୍ୟାହାର ହୋଇଥିଲା ।

ଲଖନପୁର ଖଣିକ୍ଷେତ୍ର ଅଧୀନରେ ବେଲପାହାଡ ଖୋଲାମୁହଁ କୋଇଲାଖଣି (ବିଓସିଏମ)ରୁ ମାତ୍ର କିଛିଦୂରରେ ସରଣ୍ଡାମାଲ ପଞ୍ଚାୟତରେ ଦର୍ଲିପାଲି ଗାଁ ରହିଛି । ଗାଁର ୨୫୬ ଏକରଜମି ଏମସିଏଲ୍ ଦ୍ୱାରା ଅଧିଗ୍ରହଣ ପାଇଁ ଗତ ୧୯୯୫ ମସିହାରେ ନୋଟିସ ଜାରି କରାଯାଇଥିଲା । କିନ୍ତୁ ଅଦ୍ୟାବଧି ଗାଁର ଅନେକ ପରିବାର କ୍ଷତିପୂରଣ ପାଇ ନ ଥିବା ବେଳେ ନିଯୁକ୍ତି ଦିଆଯାଇ ନଥିଲା । ଏହାସହ ଥଇଥାନ ସ୍ଥାନରେ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯାଉ ବୋଲି ସମିତି ପକ୍ଷରୁ ଦାବି କରାଯାଇଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details