ଓଡିଶା

odisha

ETV Bharat / state

ଝାରସୁଗୁଡାରେ ଦିଶା ବୈଠକ ଅନୁଷ୍ଠିତ - ସମନ୍ୱୟ ଓ ମନିଟରିଙ୍ଗି ବୈଠକ

ଝାରସୁଗୁଡାରେ ଅନୁଷ୍ଠିତ ହୋଇଯାଇଛି ସମନ୍ୱୟ ଓ ମନିଟରିଙ୍ଗି ବୈଠକ। ଏହି ବୈଠକରେ ସ୍ବଚ୍ଛଭାରତ ମିଶନ, (ପରିମଳ) ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଉପରେ ଆଲୋଚନା କରାଯାଇଥିଲା।

ଫଟୋ ସୌଜନ୍ୟ: ପ୍ରତିନିଧି ଝାରସୁଗୁଡା

By

Published : Aug 23, 2019, 6:50 AM IST

ଝାରସୁଗୁଡା: ଜିଲ୍ଳାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଳା ଉନ୍ନୟନ, ସମନ୍ୱୟ ଓ ମନିଟରିଙ୍ଗି (ଦିଶା) କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହି ବୈଠକରେ ସଭାପତିତ୍ବ କରିଥିଲେ। ଏହାସହ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ, ଦିଶା କମିଟିର ସଦସ୍ୟ ଓ ସଦସ୍ୟା ଜିଲ୍ଳା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଝାରସୁଗୁଡା

ଦିଶା ବୈଠକରେ ସ୍ବଚ୍ଛଭାରତ ମିଶନ, (ପରିମଳ) ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ଉଜାଲା ଯୋଜନା, ଜାତୀୟ ସ୍ବାସ୍ଥ୍ୟ ମିଶନ, ମଧ୍ୟାହ୍ନ ଭୋଜନ ଯୋଜନା ପରି ବିଭିନ୍ନ ବିଭାଗ ଉପରେ ଆଲୋଚନା କରାଯାଇଥିଲା।

ସେହିପରି ଜିଲ୍ଲା ସମସ୍ତ ବ୍ଲକ ଓ ମ୍ୟୁନସିପାଲିଟିକୁ ହୀରାକୁଦ ଜଳଭଣ୍ଡାରରୁ ମେଗା ପାନୀୟ ଜଳ ପ୍ରକଳ୍ପ ସମୟସୀମା ମଧ୍ୟରେ ଶେଷ କରିବାକୁ କୁହାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଦିଆଯାଇଥିବା ଧାର୍ଯ୍ୟ ଲକ୍ଷ୍ୟକୁ ପୂର୍ଣ୍ଣାଙ୍ଗ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବରଗଡ଼ ସାଂସଦ ସୁରେଶ ପୁଝାରୀ ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details