ଓଡିଶା

odisha

ETV Bharat / state

ଅକ୍ଟୋବରରୁ ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡିବ ବିମାନ

ଏଣିକି ବାଙ୍ଗାଲୋର ଓ ମୁମ୍ବାଇ ବିମାନ ଯାତ୍ରା ହେବ ସହଜ । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡାରୁ ସିଧାସଳଖ ଯାତ୍ରୀ ମୁମ୍ବାଇ ଓ ବାଙ୍ଗାଲୋରକୁ ଉଡାଣ ଭରିପାରିବେ ।

_direct flight service From Veer Surendrea sai Airport jharsuguda to Mumbai-Bangalore start from Octber
ଅକ୍ଟୋବରରୁ ଝାରସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୋର ବିମାନ ସେବା ଆରମ୍ଭ

By

Published : Aug 20, 2020, 10:59 PM IST

ଝାରସୁଗୁଡା: ଏଣିକି ବାଙ୍ଗାଲୋର ଓ ମୁମ୍ବାଇ ବିମାନ ଯାତ୍ରା ହେବ ସହଜ । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡାରୁ ସିଧାସଳଖ ଯାତ୍ରୀ ମୁମ୍ବାଇ ଓ ବାଙ୍ଗାଲୋରକୁ ଉଡାଣ ଭରିପାରିବେ ।

ଅକ୍ଟୋବରରୁ ଝାରସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୋର ବିମାନ ସେବା ଆରମ୍ଭ

ଆସନ୍ତା ଅକ୍ଟୋବରରେ ଦେଶର ଏହି ଦୁଇ ପ୍ରମୁଖ ସହରକୁ ଝାରସୁଗୁଡାରୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ବିମାନ ସେବା ଯୋଗାଉଥିବା ଘରୋଇ ସଂସ୍ଥା ସ୍ପାଇସଜେଟ ଆସନ୍ତା ଶୀତକାଳୀନ ସୂଚୀରେ ମୁମ୍ବାଇ ଏବଂ ବାଙ୍ଗାଲୋର ସହିତ ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗ ହେବ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।

ସ୍ପାଇସଜେଟ ଓ ଆଲାଇନ୍ସ ଏୟାର ବିମାନ ସେବା ପ୍ରଦାନକାରୀ ସଂସ୍ଥା ଭୁବନେଶ୍ବର, ରାୟପୁର, ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ଯାତ୍ରୀଙ୍କୁ ବିମାନ ଯାତ୍ରା ଯୋଗାଇ ଆସୁଛନ୍ତି । କେବଳ ସ୍ପାଇଜେଟ ମୁମ୍ବାଇ ଓ ବାଙ୍ଗାଲୋର କୁ ପ୍ରଥମ କରି ଏହି ସେବା ଆରମ୍ଭ କରିବ ।

ଝାରସୁଗୁଡାରୁ ରବି ନାରାୟମ ସାହୁ, ଇଟିଭି ଭାରତ

ABOUT THE AUTHOR

...view details