ଓଡିଶା

odisha

ETV Bharat / state

Jharsuguda By Poll: ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ - ଝାରସୁଗୁଡା ଉପନିର୍ବାଚନ

ବିଜେଡି ପ୍ରାର୍ଥୀ ଭାବେ ଦୀପାଳି ଦାସଙ୍କ ପ୍ରାର୍ଥୀତ୍ବ ନେଇ ଯାହା ଆକଳନ କରାଯାଇଥିଲା ତାହା ଠିକ ପ୍ରମାଣିତ ହୋଇଛି । ଝାରସୁଗୁଡା ଉପ ନିର୍ବାଚନ ଲାଗି ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଦୀପାଳି । ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ କିଏ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଥିଲା । ନବଦାସଙ୍କ ପରିବାରରୁ ବିଜେଡି ପ୍ରାର୍ଥୀ ଚୟନ କରିବ ବୋଲି ଏକପ୍ରକାର ସ୍ଥିର ହୋଇସାରିଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Mar 31, 2023, 4:06 PM IST

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ସ୍ବର୍ଗତ ନବକିଶୋର ଦାସଙ୍କ ଝିଅ ଦୀପାଳିକୁ ପ୍ରାର୍ଥୀ କରିଛି ଦଳ । ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଛି ।

Jharsuguda By Poll: ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ

ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ସାଧାରଣ ଜୀବନରେ ଆକ୍ଟିଭ ଥିଲେ । ସେ ଯୁବ ମହିଳା ଭାବେ ଜନ ଜୀବନରେ ଆସିବାକୁ ଆଗ୍ରହୀ ଥିଲେ । ତାଙ୍କ ବାପା ଜୀବିତ ଥିବା ସମୟରେ ସେ ଏହା କହିଥିଲେ । ବାପାଙ୍କ ତତ୍ୱାବଧାନରେ ଦୀପାଳି ଅନେକ କାର୍ଯ୍ୟ କରିଛନ୍ତି । ଦୀପାଳି ପଦ୍ମପୁର, ବ୍ରଜରାଜନଗର ଉପନିର୍ବାଚନରେ ସଫଳତାର ସହ ବିଭିନ୍ନ ପ୍ରଚାର କାର୍ଯ୍ୟ କହିଛନ୍ତି । ଆଗ୍ରେସିଭ ଓ ପୋଲାଇଟଲି ସେ ଲୋକଙ୍କ ପାଖକୁ ଯାଆନ୍ତି । ଦୀପାଳିଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକମ୍ପା, ମହିଳା, ଯୁବ ଭୋଟ ହାତେଇବାକୁ ସକ୍ଷମ ହେବ ବୋଲି କୁହାଯାଉଛି ।

ବିଜେଡି ପ୍ରାର୍ଥୀ ଭାବେ ଦୀପାଳି ଦାସଙ୍କ ପ୍ରାର୍ଥୀତ୍ବ ନେଇ ଯାହା ଆକଳନ କରାଯାଇଥିଲା ତାହା ଠିକ ପ୍ରମାଣିତ ହୋଇଛି । ଝାରସୁଗୁଡା ଉପ ନିର୍ବାଚନ ଲାଗି ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଦୀପାଳି । ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ କିଏ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଥିଲା । ନବଦାସଙ୍କ ପରିବାରରୁ ବିଜେଡି ପ୍ରାର୍ଥୀ ଚୟନ କରିବ ବୋଲି ଏକପ୍ରକାର ସ୍ଥିର ହୋଇସାରିଥିଲା । ନବ ଦାସଙ୍କ ପୁଅ ବିଶାଳ ଓ ଝିଅ ଦୀପାଳିଙ୍କ ମଧ୍ୟରୁ କିଏ ପ୍ରାର୍ଥୀ ହେଲେ ନିର୍ବାଚନ ବିଜୟ ସହଜ ହେବ ବୋଲି ଦଳ ଆକଳନ କରୁଥିଲା । ତେବେ ନବଙ୍କ ଝିଅ ଦୀପାଳି ଦାସ ହିଁ ପ୍ରାର୍ଥୀ ହେବେ, ସେ ନେଇ ଇଙ୍ଗିତ ଦେଇସାରିଥିଲେ ବିଜେଡି ନେତା ।

ସେପଟେ ଦୀପାଳି ପ୍ରାର୍ଥୀ ହେବେ ବୋଲି ବିଜେଡି ନେତା ମାନେ ପୂର୍ବରୁ ଏକ ପ୍ରକାର ସ୍ପଷ୍ଟ କରିଥିଲେ । ଗତକାଲି ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଥିଲେ " ବିଜେଡି ସୁପ୍ରିମୋ ପ୍ରାର୍ଥୀ ଚୟନ କରିବେ । ସିଏ ଯାହାକୁ ମୋହର ମାରିବେ ସେ ହିଁ ପ୍ରାର୍ଥୀ ହେବେ । ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ବହୁ ଆକ୍ଟିଭ । ସେ ଯୁବ ମହିଳା ଭାବେ ଜନ ଜୀବନରେ ଆସିବାକୁ ଆଗ୍ରହୀ । ତାଙ୍କ ବାପା ଜୀବିତ ଥିବା ସମୟରେ କହିଥିଲେ । ବାପାଙ୍କ ତତ୍ୱାବଧାନରେ ଦୀପାଳି ଅନେକ କାର୍ଯ୍ୟ କରିଛନ୍ତି । ଦୀପାଳି ପଦ୍ମପୁର, ବ୍ରଜରାଜନଗର ଉପନିର୍ବାଚନରେ କାର୍ଯ୍ୟ କରିଛନ୍ତି । ସଫଳତାର ସହ ବିଭିନ୍ନ ପ୍ରଚାର କାର୍ଯ୍ୟ ସେ କରିଛନ୍ତି । ଆଗ୍ରେସିଭ ଓ ପୋଲାଇଟଲି ସେ ଲୋକଙ୍କ ପାଖକୁ ଯାଆନ୍ତି । ତାଙ୍କର ଆଶା ରହିବା ସ୍ୱାଭାବିକ । ଝାରସୁଗୁଡାର ବିକାଶ ଲାଗି ନବକିଶୋର ଦାସ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ସେ ତାଙ୍କର ସାଙ୍ଗଠନିକ ଦକ୍ଷତାକୁ ଦେଖାଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details