ଝାରସୁଗୁଡ଼ା:ରାଜ୍ୟରେ ଏବେ ମାଡୁଛି ହଇଜା । ଗୋଟିଏ ପରେ ଗୋଟିଏ ଜିଲ୍ଲାର ଲୋକେ ଏବେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ରାୟଗଡାରେ ମୃତ୍ୟୁର ବିଭୀଷିକା ଖେଳାଇଥିବା ଝାଡାବାନ୍ତି ଏବେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାକୁ ଡିଆଁ ମାରିଛି । ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ବାପା ପୁଅ । ରାୟଗଡା, ନୟାଗଡ, କୋରାପୁଟ ପରେ ଏବେ ଝାରସୁଗୁଡ଼ା ଦେବାଡ଼ିହି ଠାରେ ଝାଡାବାନ୍ତି ବ୍ୟାପିିଛି । ମୃତକ ମାନେ ହେଲେ ଆକୁର ପ୍ରଧାନ (୪୦) ଓ ତାଙ୍କ ପିତା ଶ୍ରୀପ୍ରସାଦ ପ୍ରଧାନ(୬୫)।
ସୂଚନାଅନୁସାରେ, ଆକୁର ପ୍ରଧାନଙ୍କ ଗତ ଗୁରୁବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ପୁଅର ଦାହ ସଂସ୍କାର ପରେ ପିତା ଶ୍ରୀପ୍ରସାଦ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ତେବେ ଗତକାଲି(ଶୁକ୍ରବାର) ରାତିରେ ତାଙ୍କର ମୃତ୍ୟୁ ହୋଇଛି ।