ଝାରସୁଗୁଡ଼ା:ଝାରସୁଗୁଡ଼ା ସହର ସ୍ଥିତ ଦେବାଡ଼ିହି ଠାରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ ସ୍ଥିତି । ଦୈନିକ ନୂଆ କେସ୍ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ସ୍ଥିତି ପରଖିବା ପାଇଁ ଦେବାଡ଼ିହି ଗ୍ରାମକୁ ପରିଦର୍ଶନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଗତ ୩୦ତାରିଖରେ ଦେବାଡ଼ିହି ଗ୍ରାମର ତିନିଜଣ ଓ ଝାରସୁଗୁଡା ପୌରାଞ୍ଚଳ ୱାର୍ଡ ନମ୍ବର ୧୩ରୁ ୧୨ ଜଣ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି ।
ଦେବାଡ଼ିହିରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ, ମୃତକଙ୍କ ପରିବାରକୁ ମିଳିବ ନିଯୁକ୍ତି: ସ୍ବାସ୍ଥ୍ୟମନ୍ତ୍ରୀ - ଡାଇରିଆ ଆତଙ୍କର ସ୍ଥିତି ଅନୁଧ୍ୟାନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡ଼ା ସହର ସ୍ଥିତ ଦେବାଡ଼ିହି ଠାରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ ସ୍ଥିତି । ଦୈନିକ କେସ୍ କମିବାରେ ଲାଗିଛି । ଅଧିକ ପଢନ୍ତୁ
ଏହା ମଧ୍ୟ ପଢନ୍ତୁ-ଝାରସୁଗୁଡ଼ା ଦେବାଡିହିରେ ହଇଜା ଆତଙ୍କ, ସ୍ଥିତି ପରଖିବାକୁ ପହଞ୍ଚିଲା ମେଡିକାଲ ଟିମ୍
ତେବେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପହଞ୍ଚିଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର CDMOଙ୍କ ସହ ସ୍ଥାନୀୟ ଦେବାଡ଼ିହି ଓ ପୋୖରାଞ୍ଚଳର ଅନ୍ୟ ୱାର୍ଡ ପରିଦର୍ଶନ କରି ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏଥିସହ ମୃତକଙ୍କ ପରିବାର ସଦସ୍ୟଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ।