ଓଡିଶା

odisha

ETV Bharat / state

ନିର୍ମାଣ ଶ୍ରମିକଙ୍କ ପରିବାରକୁ ମାଗଣାରେ ମାସ୍କ ବାଣ୍ଟିବ ଧରମା ଫାଉଣ୍ଡେସନ - Dharma Foundation

ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କ ପରିବାରକୁ ମାଗଣାରେ ମାସ୍କ ବଣ୍ଟନ କରିବ ଧରମା ଫାଉଣ୍ଡେସନ । ପ୍ରଥମ ପର୍ଯ୍ୟାୟରେ 12 ହଜାର ମାସ୍କ ବଣ୍ଟନ କରିବା ପରେ ଦ୍ଵିତୀୟ ପର୍ଯ୍ୟାୟରେ ଆଉ 20 ହଜାର ମାସ୍କ ପ୍ରସ୍ତୁତ କରୁଛି ଏହି ଅନୁଷ୍ଠାନ ।

dharma-foundation-will-distribute-free-masks-to-the-families-of-construction-workers
ନିର୍ମାଣ ଶ୍ରମିକଙ୍କ ପରିବାରକୁ ମାଗଣାରେ ମାସ୍କ ବଣ୍ଟନ କରିବ ଧରମା ଫାଉଣ୍ଡେସନ

By

Published : Jun 19, 2020, 9:35 PM IST

ଝାରସୁଗୁଡା: ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କ ପରିବାରକୁ ମାଗଣାରେ ମାସ୍କ ବଣ୍ଟନ କରିବ ଧରମା ଫାଉଣ୍ଡେସନ । ପ୍ରଥମ ପର୍ଯ୍ୟାୟରେ 12 ହଜାର ମାସ୍କ ବଣ୍ଟନ କରିବା ପରେ ଦ୍ଵିତୀୟ ପର୍ଯ୍ୟାୟରେ ଆଉ 20 ହଜାର ମାସ୍କ ପ୍ରସ୍ତୁତ କରୁଛି ଏହି ଅନୁଷ୍ଠାନ । ଶୁକ୍ରବାର ଝାରସୁଗୁଡା ଏସପି ରାହୁଲ ପିଆର ଆନୁଷ୍ଠାନିକ ଭାବେ ମାସ୍କ ପ୍ରସ୍ତୁତି କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।

ନିର୍ମାଣ ଶ୍ରମିକଙ୍କ ପରିବାରକୁ ମାଗଣାରେ ମାସ୍କ ବଣ୍ଟନ କରିବ ଧରମା ଫାଉଣ୍ଡେସନ

ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ମୁହଁରେ ମାସ୍କ ଲଗାଇବାକୁ ସରକାର ବାଧ୍ୟ କରିଛନ୍ତି । ଏଭଳି ପରିସ୍ଥିତିରେ ଗରିବ ଲୋକଙ୍କୁ ବିନା ମୂଲ୍ୟରେ ମାସ୍କ ଯୋଗାଇ ଦେବାପାଇଁ ଆଗେଇ ଆସିଛି ଧରମା ଫାଉଣ୍ଡେସନ । ଧରମା ଫାଉଣ୍ଡେସନ ଏବଂ ଝାରସୁଗୁଡା ସହରରେ ଥିବା ପ୍ରଗତିଶୀଳ ଶ୍ରମିକ ମଞ୍ଚ ମିଳିତ ଉଦ୍ୟମରେ ଝାରସୁଗୁଡାରେ ପ୍ରଗତିଶୀଳ ଶ୍ରମିକ ମଞ୍ଚ କେତେକ ଉତ୍ସାହି ମହିଳା ସ୍ବେଛାସେବୀ ହାତ ତିଆରି ମାସ୍କ ବିନା ପାରିଶ୍ରମିକରେ ତିଆରି କରି ଏହାକୁ କୋରୋନା ଯୋଦ୍ଧା ସମେତ ଗରିବ ଶ୍ରମିକମାନଙ୍କୁ ମଧ୍ୟରେ ବଣ୍ଟନ କରାଯାଉଛି । କୋରୋନା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଝାରସୁଗୁଡା ସହର ସମେତ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଧରମା ଫାଉଣ୍ଡେସନର ଆବାହକ କହିଛନ୍ତି । କୋରୋନା ସଂକ୍ରମଣର ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ, ଧରମା ଫାଉଣ୍ଡେସନ ଜିଲ୍ଲାରେ ବିନା ମୂଲ୍ୟରେ ନିର୍ମାଣ ଶ୍ରମିକଙ୍କ ପରିବାର ଲୋକଙ୍କୁ ମାସ୍କ ବଣ୍ଟନକୁ ପ୍ରଶଂସା କରିଛନ୍ତି ଝାରସୁଗୁଡା ଏସପି ରାହୁଲ ପିଆର ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details