ଝାରସୁଗୁଡା:ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ସହ ଭକ୍ତଙ୍କ ସମାଗମ ହୋଇଛି । ପ୍ରସିଦ୍ଧ ଶୈବପୀଠ ବାବା ଝାଡେଶ୍ବର ଶିବ ମନ୍ଦିରରେ ମଧ୍ୟ ରାତ୍ରିରୁ ଭିଡ଼ ଜମିଛି । ମହାଦେବଙ୍କ ଦର୍ଶନ ପାଇଁ ମଧ୍ୟ ରାତ୍ରିରୁ ଭକ୍ତ ଧାଡ଼ି ବାନ୍ଧି ଛିଡ଼ା ହୋଇ ଭଗବାନଙ୍କ ଦର୍ଶନ କରିଛନ୍ତି । ଦେବ ମହାଦେବ ନିଜ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି ।
ହରହର ମହାଦେବ ଧ୍ବନିରେ କମ୍ପିଲା ଝାଡେଶ୍ବର ମନ୍ଦିର - ଶ୍ରାବଣ ମାସର ପ୍ରଥମ ସୋମବାର
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଝାରସୁଗୁଡ଼ା ଜିଲ୍ଲାର ଝାଡେଶ୍ବର ଶୈବ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଅଧିକ ପଢନ୍ତୁ
ପ୍ରଥମ ସୋମବାରରେ ହରହର ମହାଦେବ ସ୍ବରରେ କମ୍ପିଲା ଝାଡେଶ୍ବର ମନ୍ଦିର
ବାବାଙ୍କ ଦର୍ଶନ ପାଇଁ କେବଳ ଜିଲ୍ଲା ନୁହଁ ଜିଲ୍ଲା ବାହାରୁ ଦେବଗଡ଼, ସୁନ୍ଦରଗଡ଼ ତଥା ରାଜ୍ୟ ବାହାରୁ ରାୟଗଡ଼, ଝାରଖଣ୍ଡ ପ୍ରମୁଖ ଅଞ୍ଚଳରୁ ଭକ୍ତ କାଉଡିଆ ମାନେ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଖାଲି ପାଦରେ ଚାଲିଆସିଛନ୍ତି । ଭୋର ୩ଟାରୁ ଧାଡ଼ି ବାନ୍ଧି ଛିଡ଼ା ହୋଇ ମହାଦେବଙ୍କୁ ଜଳାଭିଷେକ କରି ବେସ ଖୁସି ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ମନ୍ଦିର କମିଟି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯେଭଳି କୌଣସି ଅସୁବିଧା ନହେଉ ସେଥିପ୍ରତି ନଜର ରଖିଛନ୍ତି ।
ଇଟିଭି ଭାରତ, ଝାରସୁଗୁଡା