ଝାରସୁଗୁଡ଼ା: ବନ୍ଧବାହାଲସ୍ଥିତ ସାପଡାରେ ଏଭି ସ୍ବିଚ ପରିଚାଳନା କରୁଥିବା ବେଳେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ କର୍ମଚାରୀ ଜଣକ ଅଢାପଡ଼ା ଗ୍ରାମର ଜଗଦିଶ ପ୍ରଧାନ ବୋଲି ଜଣାପଡିଛି । ଏଭି ସ୍ଵିଚ ପରିଚାଳନା ବେଳେ ଜଗଦୀଶଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ସେ ଚେତାଶୂନ୍ୟ ହୋଇପଡିଥିଲେ ।
ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ - ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ
ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ । କ୍ଷତିପୂରଣ ଦାବି ନେଇ ଗର୍ଜିଲେ ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ
ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ
ତାଙ୍କୁ ସାଥି କର୍ମଚାରୀ ଓ ପରିବାର ଲୋକେ ବେଲପାହାଡସ୍ଥିତ ଟିଆଲ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଗଦୀଶଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ଇଟିଭି ଭାରତ, ଝାରସୁଗୁଡ଼ା