ଝାରସୁଗୁଡ଼ା:ଝାରସୁଗୁଡ଼ା ଡାନିଆଲ ସୋସାଇଟିର ଅନାଥ ଛୁଆ ପାଳିଲେ ଦୀପାବଳି । ବାଣ ଫୁଟାଇ ମିଠା ଖାଇ ଆନନ୍ଦର ସହ ପାଳିଲେ ଦୀପାବଳି । ଏହି ଅନାଥ ଛୁଆଙ୍କ ମୁହଁରେ ଖୁସି ଦେବା ପାଇଁ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ଥିବା ଡାନିଆଲ ସୋସାଇଟିର ସମ୍ପାଦକ ବିଜୟ କୁମାର ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ସୂଚନାନୁସାରେ କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ପାଳିତ ହେଉଛି ଆଲୋକର ପର୍ବ ଦୀପାବଳି । ଏନେଇ ସାରା ସହର ଉତ୍ସବମୁଖର ହୋଇ ଉଠିଥିବାବେଳେ, ଡାନିଆଲ ସୋସାଇଟିରେ ମଧ୍ୟ ଦୀପାବଳି ମହୋତ୍ସବ ମଧ୍ୟ ବେଶ୍ ଧୁମଧୀମରେ ପାଳନ କରାଯାଇଛି ।
ପ୍ରାୟ ୨୦୦ଜଣ ଅନାଥ ଅନ୍ତେବାସୀ ବାଣ ଫୁଟାଇ ପାଳନ କରିଛନ୍ତି ଦୀପାବଳି । ବାପ, ମାଆ ଛେଉଣ୍ଡ ଛୁଆମାନଙ୍କୁ ଆଜି ଦିପାବଳୀ ଅବସରରେ ଖୁସି ଦେବାପାଇଁ ଡାନିଆଲ ସୋସାଇଟିର ନିର୍ଦ୍ଦେଶକ, ସମ୍ପାଦକ ଓ ସ୍ଥାନୀୟ ବାସିନ୍ଦାମାନେ ଆସି ଅନାଥ ଛୁଆମାନଙ୍କ ସହିତ ଦୀପ ଜଳେଇ, ବାଣ ଫୁଟେଇଥିଲେ । ଏହାସହ ମିଠା ଖୁଏଇ ଆନନ୍ଦ ଓ ହର୍ଷ ଉଲ୍ଲାସର ପର୍ବ ଦୀପାବଳି ପାଳନ କରିଥିଲେ । ତେବେ ଡାନିଆଲ ସୋସାଇଟିର ସମ୍ପାଦକ ନିଜ ଛୁଆମାନଙ୍କ ଭଳି ସମସ୍ତଙ୍କ ସହିତ ମିଶି ଏକତ୍ର ବାଣ ଫୁଟାଇଥିଲେ । ସେହିଭଳି ସହ ନିର୍ଦ୍ଦେଶିକା ମଧ୍ୟ ଛୁଆମାନଙ୍କ ସହିତ ମିଶି ଦୀପ ଜଳାଇବା ସହିତ ସେହିମାନଙ୍କ ସହ ବାଣ ଫୁଟାଇଥିଲେ ।
ଏ ସମ୍ପର୍କରେ ସୋସାଇଟିର ନିର୍ଦ୍ଦେଶିକା ରଞ୍ଜିତା ତନ୍ତି କହିଛନ୍ତି, ''ଆଜି ଏକ ବଡ଼ ଦିନ । ଆଲୋକର ପର୍ବ । ଏହି ଦିନରେ ମୁଁ ଡାନିଆଲ ସୋସାଇଟରେ ଥିବା ବାପ, ମାଆ ଛେଉଣ୍ଡ ଛୁଆଙ୍କ ସହ ଦୀପାବଳି ପାଳନ କରୁଥିବାରୁ ମୁଁ ବହୁତ ଖୁସି ଅଛି । ସବୁ ବର୍ଷ ଘରେ ପାଳନ କରେ । ହେଲେ ଏଥର ଏହି ଅନାଥ ଛୁଆଙ୍କ ସହିତ ଦୀପାବଳି ପାଳନ କରି ବହୁତ ଖୁସି ଅନୁଭବ କରୁଛି ।''