ଓଡିଶା

odisha

ETV Bharat / state

୨୮ରୁ ଝାରସୁଗୁଡାରୁ ଚେନ୍ନାଇକୁ ଉଡ଼ିବ ବିମାନ - ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର

ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟର ୧୮୯ ସିଟ୍ ବିଶିଷ୍ଟ ବିମାନ ଚେନ୍ନାଇକୁ ଉଡିବ। ମାର୍ଚ୍ଚ ୨୮ରୁ ଆରମ୍ଭ ହେଉଥିବା ସମର ସିଡ୍ୟୁଲରେ ନୂତନ ଭାବରେ ଝାରସୁଗୁଡାରୁ ସେବା ଆରମ୍ଭକରି ପ୍ରତିଦିନ ଝାରସୁଗୁଡାରୁ ଚେନ୍ନାଇ ମଧ୍ୟରେ ଚଳାଚଳ କରିବ। ଅଧିକ ପଢନ୍ତୁ...

ଆସନ୍ତା ୨୮ ତାରିଖରୁ ଝାରସୁଗୁଡାରୁ ଚେନ୍ନାଇକୁ ଉଡ଼ିବ ବିମାନ
ଆସନ୍ତା ୨୮ ତାରିଖରୁ ଝାରସୁଗୁଡାରୁ ଚେନ୍ନାଇକୁ ଉଡ଼ିବ ବିମାନ

By

Published : Mar 13, 2021, 12:14 PM IST

Updated : Mar 13, 2021, 12:57 PM IST

ଝାରସୁଗୁଡା: ପଶ୍ଚିମ ଓଡିଶା ପାଇଁ ଖୁସି ଖବର । ପୁଣି ଏକ ମେଟ୍ରୋ ସହର ସହ ଯୋଡ଼ି ହେଉଛି ଝାରସୁଗୁଡ଼ା । ଉଡ଼ାଣ ଯୋଜନାରେ ଗୋଟିଏ ପରେ ଦେଶର ଗୋଟିଏ ସହର ସହ ଯୋଡ଼ି ହେଉଛି ଝାରସୁଗୁଡ଼ା । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡ଼ାରୁ ଆସନ୍ତ ୨୮ ତାରିଖରୁ ଝାରସୁଗୁଡା ଚେନ୍ନାଇକୁ ବିମାନ ଉଡ଼ିବ ।

ସପ୍ତାହକୁ ସାତ ଦିନ ସ୍ପାଇସ ଜେଟ୍ ବିମାନ ସେବା ଯୋଗାଇବ ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି । ବେଙ୍ଗଳୁରୁ ଓ ମୁମ୍ବାଇକୁ ବିମାନ ଉଡ଼ାଣରେ ୨ ମାସର ସଫଳତାକୁ ଆଖି ଆଗରେ ରଖି ପୁଣି ଆଉ ଏକ ସେକ୍ଟରକୁ ଆରମ୍ଭ ସେବା କରୁଛି ସ୍ପାଇଟ ଜେଟ୍ । ଏନେଇ ସ୍ପାଇସ୍ ଜେଟ୍ ଅନଲାଇନ୍ ଟିକେଟ ବୁକିଂ ଆରମ୍ଭ କରି ସାରିଛି ।

୨୮ରୁ ଝାରସୁଗୁଡାରୁ ଚେନ୍ନାଇକୁ ଉଡ଼ିବ ବିମାନ

ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟର ୧୮୯ ସିଟ୍ ବିଶିଷ୍ଟ ବିମାନ ଚେନ୍ନାଇକୁ ଉଡିବ। ମାର୍ଚ୍ଚ ୨୮ରୁ ଆରମ୍ଭ ହେଉଥିବା ସମର ସିଡ୍ୟୁଲରେ ନୂତନ ଭାବରେ ଝାରସୁଗୁଡାରୁ ସେବା ଆରମ୍ଭକରି ପ୍ରତିଦିନ ଝାରସୁଗୁଡାରୁ ଚେନ୍ନାଇ ମଧ୍ୟରେ ଚଳାଚଳ କରିବ। ସେହିପରି ସପ୍ତାହକୁ ଚାରିଦିନ ଚାଲିଥିବା ଝାରସୁଗୁଡାରୁ ମୁମ୍ବାଇ ବିମାନ ୨୮ ତାରିଖରୁ ପ୍ରତିଦିନ ଚାଲିବ ଏବଂ ଝାରସୁଗୁଡା- ବେଙ୍ଗଲୋର ବିମାନ ସପ୍ତାହକୁ ୬ ଦିନ ଚାଲିବ ବୋଲି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି ସୂଚନା ଦେଇଛନ୍ତି।

ଅନ୍ୟପଟେ ଇଣ୍ଡିଗୋ ମଧ୍ୟ ଝାରସୁଗୁଡାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ବିମାନ ସେବା ପ୍ରଦାନ କରିବା ପାଇଁ ଯୋଜନା ରଖିଛି। ଏଥିପାଇଁ ଇଣ୍ଡିଗୋ କର୍ତ୍ତୃପକ୍ଷ ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାସହ ବିମାନ ବନ୍ଦର ପରିଦର୍ଶନ କରିସାରିଛନ୍ତି। ତେଣୁ ଝାରସୁଗୁଡାରୁ ଜୁନ୍ ମାସ ମଧ୍ୟରେ ଇଣ୍ଡିଗୋ ମଧ୍ୟ ବିମାନ ସେବା ପ୍ରଦାନ କରିପାରେ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା କହିଛନ୍ତି ।

ଖୁବଶୀଘ୍ର ପୁଣେ, ନାଗପୁର, ଗୌହାଟି, ଅହମ୍ମଦାବାଦ ପରି ସହରକୁ ମଧ୍ୟ ବିମାନ ସେବା ଆରମ୍ଭ କରିବା ପାଇଁ ଆଶା କରାଯାଉଛି ବୋଲି ବିମାନ ବନ୍ଦର ନିର୍ଦେଶକ କିଶୋର କୁମାର ସେନାପତି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ସରକାରଙ୍କର ଉଡାନ ଯୋଜନା ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଛି ।

ଦେଶର ପ୍ରମୁଖ ସହର ନୂଆଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ଭୁବନେଶ୍ୱର, ରାୟପୁର ସମେତ ବ୍ୟାବସାୟିକ ରାଜଧାନୀ ମୁମ୍ବାଇ ଏବଂ ଆଇଟି ହବ ବାଙ୍ଗାଲୁରୁ ସହିତ ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନସେବା ଦ୍ୱାରା ଏହା ଅଞ୍ଚଳବାସୀଙ୍କୁ ଅଧିକ ଲାଭ ଦେଉଥିବା ବେଳେ ବର୍ତ୍ତମାନ ଆଉ ଏକ ମେଟ୍ରୋ ସହର ସହିତ ଝାରସୁଗୁଡା ଯୋଡି ହେବା ଦ୍ୱାରା ସମଗ୍ର ପଶ୍ଚିମ ଓଡିଶା ସମେତ ଝାରସୁଗୁଡା ବିମାନ ବନ୍ଦର ଉପରେ ନିର୍ଭର କରୁଥିବା ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ଲୋକ ଲାଭବାନ ହେବେ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ।

ଅନ୍ୟପଟେ ଝାରସୁଗୁଡା ବିମାନବନ୍ଦର ଜରିଆରେ ଓଡିଶାର, ଖାସ କରି ପଶ୍ଚିମ ଓଡିଶାର ଅର୍ଥନୈତିକ ଉନ୍ନତି ଗତିଶୀଳ ହେବ ବୋଲି ଆଶା ଜାହିର କରିଛନ୍ତି ଝାରସୁଗୁଡା ଚେମ୍ବର ଓଫ କର୍ମସ ର ସଭାପତି ହୀରାଲାଲ ଲୋକ ଚାନ୍ଦିନୀ । ରାଜ୍ୟର ଦ୍ଵିତୀୟ ବିମାନ ବନ୍ଦର ଝାରସୁଗୁଡା ବିମାନ ବନ୍ଦର ଉଡାନ ଯୋଜନାରେ ଦେଶର ସର୍ବୋକୃଷ୍ଟ ବିମାନରେ ସ୍ଥାନ ପାଇଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ପ୍ରମୁଖ ସହିତ ସହିତ ବିମାନ ସେବା ମିଳିବାକୁ ଯାଉଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 13, 2021, 12:57 PM IST

ABOUT THE AUTHOR

...view details