ଓଡିଶା

odisha

ETV Bharat / state

ସାଇବର ଠକକୁ ଗିରଫ କଲା ଝାରସୁଗୁଡା ପୋଲିସ - ଝାରସୁଗୁଡା ପୋଲିସ

ପୋଲିସକୁ ବଡ଼ ସଫଳତା । ଏକ ଅନ୍ତଃଜିଲ୍ଲା ସାଇବର ଠକକୁ ଗିରଫ କଲା ଝାରସୁଗୁଡା ପୋଲିସ । ପୋଲିସ ଗିରଫ କରିବା ସହ ବିପୁଳ ପରିମାଣରେ ସାମଗ୍ରୀ ମୋବାଇଲ ସମିକାର୍ଡ ଏଟିଏମ ଜବତ କରିଛି । ଏନେଇ ଝାରସୁଗୁଡା ଏସପି ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

cyber fraude arrested by jharsuguda police
ସାଇବର ଠକକୁ ଗିରଫ କଲା ଝାରସୁଗୁଡା ପୋଲିସ

By

Published : Jun 22, 2021, 8:58 PM IST

ଝାରସୁଗୁଡା: ପୋଲିସକୁ ବଡ଼ ସଫଳତା । ଏକ ଅନ୍ତଃଜିଲ୍ଲା ସାଇବର ଠକକୁ ଗିରଫ କଲା ଝାରସୁଗୁଡା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ନୟାଗଡ ଅଞ୍ଚଳର ସୁନିଲ ରାଉତରାୟ ଓରଫ କାର୍ତିକ । ପୋଲିସ ଗିରଫ କରିବା ସହ ବିପୁଳ ପରିମାଣରେ ସାମଗ୍ରୀ ମୋବାଇଲ ସମିକାର୍ଡ ଏଟିଏମ ଜବତ କରିଛି । ଏନେଇ ଝାରସୁଗୁଡା ଏସପି ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି ।

ସାଇବର ଠକକୁ ଗିରଫ କଲା ଝାରସୁଗୁଡା ପୋଲିସ

ଅଭିଯୁକ୍ତ ସୁନିଲ ରାଜ୍ୟର ବିଭିନ୍ନ ସ୍ଥାନରେ ନିରୀହ ଲୋକଙ୍କ ଠାରୁ ଠକେଇ କରୁଥିଲା । ତେବେ ସେ ଗତ ମେ ମାସରେ ଝାରସୁଗୁଡାର ଜଣେ ହୋମିଓପାଥି ଡାକ୍ତର ଦେଶଲୋକ ଶର୍ମାଙ୍କ ଠାରୁ ୧୦ ହଜାର ଟଙ୍କା ଠକେଇ କରିଥିଲା । ଅଭିଯୁକ୍ତ ସୁନିଲ ଇଣ୍ଟରନେଟ ସର୍ଚ୍ଚ କରି ଡାକ୍ତର ଦେଶଲୋକ ଶର୍ମାଙ୍କ ଫୋନ ନମ୍ବର ସଂଗ୍ରହ କରିବା ପରେ କରି ତାଙ୍କର ଏକ ସାଙ୍ଗର ପରିଚୟ ଦେଇ ୧୦ ହଜାର ଟଙ୍କା ଗୁଗୁଲ ପେ ରେ ମାଗିବା ସହ ଫେରସ୍ତ କରିବା ପାଇଁ ପ୍ରତିଶୃତି ଦେଇଥିଲା ।

ଡାକ୍ତର ଶର୍ମା ସୁନିଲ କଥାରେ ରାଜି ହୋଇ ଟଙ୍କା ପଠାଇବା ପରେ ସୁନିଲ ତାର ଫୋନ ସୁଇଚ ଅଫ କରି ଦେଇଥିଲା । ଏନେଇ ଠକେଇ ଶିକାର ହୋଇଥିବା ଦେଶଲୋକ ଶର୍ମା ଝାରସୁଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ପୋଲିସ ତଦନ୍ତ କରି ସୁନିଲକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୨୮ଟି ମୋବାଇଲ ସିମ କାର୍ଡ, ୧୧ଟି ମୋବାଇଲ ଫୋନ, ୧୪ଟି ଏଟିଏମ କାର୍ଡ, ୧୫ଟି ବିଭିନ୍ନ ବ୍ୟାଙ୍କର ଚେକ ବୁକ, ୩ଟି ପାସବୁକ ଜବତ କରିଥିବା ଝାରସୁଗୁଡା ଏସ ପି ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି ।

ତେବେ ଅଧିକ ତଦନ୍ତ ପାଇଁ ପୋଲିସ ପକ୍ଷରୁ ସୁନିଲର ରିମାଣ୍ଡ ଆବେଦନ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ତେବେ ସୁନିଲ ବିରୋଧରେ ଝାରସୁଗୁଡା ତଥା ବିଭିନ୍ନ ଜିଲ୍ଲାର ୧୧ଟି ଥାନାରେ ଠକେଇ ମାମଲା ରହିଛି । ଅନ୍ୟପଟେ ଲକଡାଉନ ଯୋଗୁଁ କାମ ଧନ୍ଦା ନପାଇ ସାଇବର ଠକେଇର ପନ୍ଥା ଆପଣେଇଥିବା ଅଭିଯୁକ୍ତ ସୁନିଲ ପ୍ରକାଶ କରିଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details