ଝାରସୁଗୁଡା: ଜିଲ୍ଲାରେ ଧୀରେ ଧୀରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି। ସୋମବାର ଜିଲ୍ଲାରେ 205 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୧୦୪୨ ସକ୍ରିୟ ରୋଗୀ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର ଓ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।
ଝାରସୁଗୁଡାରେ ପୁଣି 205 କୋରୋନା ଆକ୍ରାନ୍ତ ଝାରସୁଗୁଡା ମ୍ୟୁନିସିପାଲଟିରେ ସର୍ବାଧିକ 91 ଜଣ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ା ବ୍ଲକରୁ 6 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ବେଲପାହାଡ ମ୍ୟୁନିସିପାଲଟିରେ ୫, ବ୍ରଜରାଜନଗର ମ୍ୟୁନିସିପାଲଟି ୩୬, ଲଖନପୁର ବ୍ଲକରେ ୨୬ , ଲଇକେରା ବ୍ଲକରେ ୧୧ ଓ କୋଲାବିରା ବ୍ଲକରେ ୧୭, କିରମିରା ବ୍ଲକରେ ୧୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଝାରସୁଗୁଡାରେ ପୁଣି 205 କୋରୋନା ଆକ୍ରାନ୍ତ ଝାରସୁଗୁଡା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୪୭ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୦୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି ।
ଅନ୍ୟପକ୍ଷେ ସଂକ୍ରମଣକୁ ଦୃଷ୍ଟିରେ ରଖି ବେଦାନ୍ତ, ଭୂଷଣ ସମେତ ବିଭିନ୍ନ ଛୋଟ ବଡ ଶିଳ୍ପାନୁଷ୍ଠାନ କାମ କରୁଥିବା କର୍ମଚାରୀଙ୍କ ଦରମା କାଟ ନ କରିବା ପାଇଁ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଟ୍ବିଟ କରିଛନ୍ତି । ଯଦି କୌଣସି ଶିଳ୍ପାନୁଷ୍ଠାନ ଆଇନ ଖିଲାପ କରନ୍ତି ତେବେ ସେମାନଙ୍କ ଵିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ