ଝାରସୁଗୁଡା: ରାଜ୍ୟ ପାଇଁ ଖୁସିର ଖବର । କୋରନା ଯୁଦ୍ଧରେ ବିଜୟୀ ହୋଇଛନ୍ତି ଝାରସୁଗୁଡା ଜିଲ୍ଲାର 2 କୋରୋନା ଆକ୍ରାନ୍ତ । ସୋମବାର ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ଜଣାଇଛି । ପଶ୍ଚିମବଙ୍ଗରୁ ବ୍ରଜରାଜନଗର ଅଞ୍ଚଳକୁ ଆସିଥିବା ଜଣେ ଯୁବତୀଙ୍କଠାରେ କୋରୋନା ଭୂତାଣୁ ଥିବା ଗତ ଏପ୍ରିଲ 29ରେ ଜଣା ପଡିଥିଲା । ସେହିପରି ମେ 2ରେ ଲଖନପୁର ବ୍ଲକ କୋଡାଲୋଇ ଦହଲଡେରା ଅଞ୍ଚଳର ଜଣେ ମହିଳାଙ୍କଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଥିଲା ।
କୋରୋନା ଅପଡେଟ: ସୁସ୍ଥ ହେଲେ ଝାରସୁଗୁଡାର 2 ଆକ୍ରାନ୍ତ
ରାଜ୍ୟ ପାଇଁ ଖୁସିର ଖବର । କୋରନା ଯୁଦ୍ଧରେ ବିଜୟୀ ହୋଇଛନ୍ତି ଝାରସୁଗୁଡା ଜିଲ୍ଲାର 2 କୋରୋନା ଆକ୍ରାନ୍ତ । ସୋମବାର ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ଜଣାଇଛି । ଅଧିକ ପଢ଼ନ୍ତୁ...
କୋରୋନା ଅପଡେଟ: ସୁସ୍ଥ ହେଲେ ଝାରସୁଗୁଡାର 2 ଆକ୍ରାନ୍ତ
ଉଭୟଙ୍କ ଚିକିତ୍ସା ପରେ ସୋମବାର ଦୁହେଁ ସୁସ୍ଥ ହୋଇଥିବା ଜଣା ପଡିଛି । ଚିକିତ୍ସା ପରେ ଉଭୟଙ୍କଠାରେ ଭୂତାଣୁ ନଥିବା ପରୀକ୍ଷା ପରେ ଜଣାପଡିଛି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଖବର ସହ ବର୍ତ୍ତମାନ ଝାରସୁଗୁଡ଼ାରେ କୋରୋନା ସଂକ୍ରମଣ ସଂଖ୍ୟା ଶୂନରେ ପହଞ୍ଚିଛି । ସେପଟେ ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତ ସଂଖ୍ୟା 414ରେ ପହଞ୍ଚିବା ବେଳେ 3 ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ବର୍ତ୍ତମାନ ସୁଦ୍ଧା ମୋଟ 85 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ