ଝାରସୁଗୁଡା: ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ପାଇଁ ତତ୍ପରତା ଦେଖାଉଛନ୍ତି । ସୋମବାର ଓଡିଶାର ପାଞ୍ଚୋଟି ସ୍ଥାନ ତାଳଚେର, ପାରାଦୀପ, ନବରଙ୍ଗପୁର, ବରଗଡ ଏବଂ ସୁନ୍ଦରଗଡରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏନେଇ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା ବୈଠକ ହୋଇଛି।
କୋରୋନା ଲଢେଇ: ଦିନକରେ ରାଜ୍ୟରେ କାର୍ଯ୍ୟକ୍ଷମ ହେଲା 5 କୋଭିଡ ହସ୍ପିଟାଲ - ସୁନ୍ଦରଗଡରେ କୋଭିଡ ହସ୍ପିଟାଲ
ସୋମବାର ଓଡିଶାର ପାଞ୍ଚୋଟି ସ୍ଥାନ ତାଳଚେର, ପାରାଦୀପ, ନବରଙ୍ଗପୁର, ବରଗଡ ଏବଂ ସୁନ୍ଦରଗଡରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏନେଇ ନେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମୀକ୍ଷା ବୈଠକ ହୋଇଛି।
ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରହଲ୍ଲାଦ ଯୋଶୀ ସମେତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସହ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଯୋଗ ଦେଇଥିଲେ । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏନଆଇସିରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶାରେ ପୂର୍ବରୁ 22ଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବାବେଳେ ସମସ୍ତ ଜିଲ୍ଲାରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ