ଓଡିଶା

odisha

ETV Bharat / state

ପଶ୍ଚିମବଙ୍ଗ ଠିକାଦାରଙ୍କୁ ଝାରସୁଗୁଡାରେ ପଥରରେ ଛେଚି ହତ୍ୟା

ପଶ୍ଚିମବଙ୍ଗର ଠିକାଦାରଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

By

Published : Aug 12, 2019, 11:00 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଭଡାଘରେ ରହୁଥିବା ପଶ୍ଚିମବଙ୍ଗର ଠିକାଦାରଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏହାପରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା


ଘଟଣାସ୍ଥଳକୁ ଜିଲ୍ଲା ଏସପି ଅଶ୍ବିନୀ ମହାନ୍ତି ଓ ଡିଏସପି ଉଗ୍ରସେନ ପ୍ରଧାନ ପହଞ୍ଚି ତଦନ୍ତର ଅଗ୍ରଗତି ସଂପର୍କରେ ବୁଝିଛନ୍ତି । ମୃତ ଠିକାଦାର ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଫସିଦ୍ଦୁଲ ରହେମନ୍ । ତେବେ ହତ୍ୟାକାଣ୍ଡର କାରଣ ଜଣା ପଡିନାହିଁ ।

ସୂଚନାଯୋଗ୍ୟ, ଏକାତାଲିରେ ଏକ ଭଡାଘରେ ଠିକାଦାର ଜଣଙ୍କ ରହୁଥିଲେ । ଗତକାଲି କେହି ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ମଶାରୀ ଘୋଡାଇ ଦେଇ ଫେରାର ହୋଇଯାଇଥିଲା । ଆଜି ସକାଳୁ ଘର ମାଲିକ ସୁଧୀର ପଟେଲ ଘର ବାହାରେ ବୁଲୁଥିଲେ । ହେଲେ ଘର ଭିତରେ ପଙ୍ଖା ବୁଲୁଥିବା ଦେଖି କବାଟ ଖୋଲିଥିଲେ । ଏହାପରେ ଠିକାଦାରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବା ପରେ ବିଟିଏମ୍ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details