ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ - jharsuda congress protest against bjd

ରାଜ୍ୟ ସରକାରଙ୍କ ବିରୋଧରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଗତ ଶୁକ୍ରବାର କଂଗ୍ରେସ ନେତା ମହେନ୍ଦ୍ର ନାୟକଙ୍କ ନେତୃତରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଫଟୋ ସୌଜନ୍ୟ:ପ୍ରତିନିଧି, ଝାରସୁଗୁଡା

By

Published : Nov 23, 2019, 11:04 AM IST

ଝାରସୁଗୁଡ଼ା: ରାଜ୍ୟ ସରକାରଙ୍କ ବିରୋଧରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଗତ ଶୁକ୍ରବାର କଂଗ୍ରେସ ନେତା ମହେନ୍ଦ୍ର ନାୟକଙ୍କ ନେତୃତରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଝାରସୁଗୁଡା

ତେବେ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଥିବା ବେଳେ ଦେଶ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ନେଇ ଏହି ସଭାରେ ଅଭିଯୋଗ ହୋଇଛି। ଦର ଦାମ ବୃଦ୍ଧି ପାଇଁ ସବୁବର୍ଗର ଲୋକେ ହଇରାଣ ହେଉଥିବା ବେଳେ ବେକାର ଯୁବକ ନିଯୁକ୍ତି ନମିଳିବା ସହ ଡିଜେଲ ପେଟ୍ରୋଲ ଦର ବୃଦ୍ଧି ପାଇଛି। ଏସବୁକୁ ନେଇ ରାଜ୍ୟ ସରକାର ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା କଂଗ୍ରେସ ନେତା ମହେନ୍ଦ୍ର ନାୟକ କହିଛନ୍ତି। ଏହି ସମସ୍ୟାର ସମାଧାନ ନେଇ ଗତ ଶୁକ୍ରବାର ଜିଲ୍ଲା କଂଗ୍ରେସ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details