ଝାରସୁଗୁଡ଼ା:କଂଗ୍ରେସର ଟାର୍ଗେଟରେ ଏବେ ବାଲି ମାଫିଆ ଏବଂ ଜିଲ୍ଲା ପ୍ରଶାସନ । ବାଲି ମାଫିଆଙ୍କ ଉପରେ ଅଙ୍କୁଶ ନଲଗାଇଲେ ରାଜରାସ୍ତାକୁ ଓହ୍ଲାଇବ ଜିଲ୍ଳା କଂଗ୍ରେସ । ଏନେଇ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ବାଲି ମାଫିଆଙ୍କ ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘଦିନ ହେଲା ଏଠାରେ ବେଆଇନ ଭାବରେ ବାଲି ଚାଲାଣ ହେଉଥିବାରୁ ରାଜସ୍ୱ କ୍ଷତି ହେଉଛି । ପ୍ରଶାସନିକ ସ୍ତରରେ ଅବହେଳାରୁ ବାଲି ମାଫିଆଙ୍କ ରୋକ୍ ଲାଗି ପାରୁନଥିବ ଝାରସୁଗୁଡ଼ା କଂଗ୍ରେସ ଅଭିଯୋଗ କରିଛି ।
ଏହା ମଧ୍ୟ ପଢନ୍ତୁ- ବାଲିମାଫିଆଙ୍କ ଗୁଣ୍ଡାରାଜ, ବନ କର୍ମଚାରୀଙ୍କୁ ଆକ୍ରମଣ
ତେବେ ଜିଲ୍ଲାରେ ରହିଥିବା ଇବ ନଦୀ, ଖେରୁଆଲ ତଥା ଆଖପାଖ ନଦୀ କୂଳରେ ବିଭିନ୍ନ ବାଲିଘାଟରୁ ବେଆଇନ ବାଲି ଚାଲାଣ ହେଉଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ବାଲି ମାଫିଆମାନେ ନିୟମ ବାହାରେ ଯାଇ ବାଲି ଉଠାଣ କରୁଥିବା ସହ ନକଲି ୱେ' ଫର୍ମ ବ୍ୟବହାର କରି ଖୋଲାଖୋଲି ଭାବରେ ଗୁଣ୍ଡାରାଜ୍ ଚଲେଇଛନ୍ତି । ତେଣୁ ଏହି ବେଆଇନ ବାଲି ଚାଲାଣରେ ଜିଲ୍ଲା ପ୍ରଶାସନର ରେଭିନ୍ୟୁ ଓ ମାଇନିଂ ବିଭାଗକୁ ଦାୟୀ କରିଛି କଂଗ୍ରେସ । ଯେଉଁ ବାଲି ମାଫିଆମାନଙ୍କ ଉପରେ ଫାଇନ୍ ତଥା ପେନାଲ୍ଟି ଲଗାଯାଇଛି ବର୍ଷ ବର୍ଷ ଧରି ସେମାନଙ୍କ ପାଖରୁ ତାହା ଆଦାୟ ହୋଇପାରୁ ନାହିଁ । ଏଥିସହ ନିଜ ସମ୍ପର୍କୀୟମାନଙ୍କ ନାମରେ ସେହି ବାଲି ମାଫିଆମାନେ ଲିଜ୍ ନେଇ ବାଲି ଉଠାଉଛନ୍ତି ।