ଓଡିଶା

odisha

ETV Bharat / state

ଲୋକଙ୍କ ପାଇଁ କାଳ ସାଜିଛି କୋଇଲା କାଦୁଅ

ଝାସରସୁଗୁଡାରେ କାଳ ସାଜୁଛି କୋଇଲା ଗୁଣ୍ଡ । ରାସ୍ତାରେ ପଡିଥିବା ଗୁଣ୍ଡ ବର୍ଷାରେ ପାଲଟିଛି କାଦୁଅ। ଯାତାୟତ ବେଳେ ଜୀବନକୁ ପାଣି ଛଡାଇ ଯାଉଛନ୍ତି ଯାତ୍ରୀ।

By

Published : Jun 22, 2019, 8:45 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡ଼ା: ଜିଲ୍ଲାର ଏମସିଏଲ୍‌ର ଲଖନପୁର ଖଣି ଅଞ୍ଚଳରେ ଥିବା ବନ୍ଧବାହାଲକୁ ଯିବା ରାସ୍ତା ଏବେ ମରଣ ଯନ୍ତା ପାଲଟିଛି । କୋଇଲା ବୋଝେଇ ଟ୍ରକ ଚଳା ଚଳ ହେଉଥିବାରୁ କୋଇଲା ଗୁଣ୍ଡରେ ପୋତି ହୋଇଯାଇଛି । ଆଉ ଏବେ ଝିପ ଝିପ ବର୍ଷାରେ ଏହି ରାସ୍ତା ସମ୍ପୂର୍ଣ୍ଣ କାଦୁଅ ହୋଇଯାଇଛି ।

ଏହି ରାସ୍ତାର ଥିବା ଛକଟି ବିଭିନ୍ନ ଅଞ୍ଚଳକୁ ଯୋଡିହେବା ସହିତ ବେଲପାହାଡ଼ରୁ ବନ୍ଧବାହାଲ ଯିବା ବାଟରେ ପଡିଥାଏ । ଏଥିସହ ରାସ୍ତା ବନହରପାଲି, ବ୍ରଜରାଜନଗର, ତିଲିଆ ଓ ସମ୍ବଲପୁର ଜିଲ୍ଲାକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଶହ ଶହ ଲୋକେ ଏହି ବାଟ ଦେଇ ଯିବା ଆସିବା କରିଥାନ୍ତି । ହେଲେ ଏହି ରାସ୍ତା ଉପରେ କୋଇଲା ପରିବହନ ହେଉଥିବାରୁ ରାସ୍ତାରେ କୋଇଲା ଗୁଣ୍ଡ ଜମାହୋଇ ରହୁଛି । ସାଧାରଣ ଦିନରେ କୋଇଲା ଗୁଣ୍ଡ ଉଡୁଥିବାରୁ ଲୋକେ ଅଭିଯୋଗ କରିଥିଲେ କିନ୍ତୁ ବର୍ଷା ଯୋଗୁଁ ବର୍ତ୍ତମାନ ସ୍ଥିତି ବେହାଲ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ପିଚୁ ରାସ୍ତା ଉପରେ କୋଇଲା ମିଶା କାଦୁଅ ହୋଇଯିବାରୁ ଦୁଇ ଚକିଆ ଯାନ ଗୁଡିକ ଧୀରେ ଧୀରେ ଚଳାଇଲେ ମଧ୍ୟ ଖସିଯିବାର ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଏହି ରାସ୍ତାରେ ଯାତାୟତ କରିବା ମାନେ ଜୀବନ ସହ ବାଜି ଲଗାଇବା ସହ ସମାନ ବୋଲି କହୁଛନ୍ତି ଲୋକେ । ବାରମ୍ବାର ସ୍ଥାନୀୟ ଜନସାଧାରଣ ଏନେଇ ଖଣି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଥି ପ୍ରତି କେହି ପଦକ୍ଷେପ ନେଉନାହାନ୍ତି । ତେବେ ଏହି ରାସ୍ତାରେ କାହାର ଜୀବନ ଯିବା ଆଗରୁ ପ୍ରଶାସନ ପଦକ୍ଷେପ ନେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details