ଓଡିଶା

odisha

By

Published : Sep 15, 2019, 3:18 AM IST

ETV Bharat / state

ଗାନ୍ଧୀ ଜୟନ୍ତୀରୁ ପୋଲିସ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ

ଗାନ୍ଧୀ ଜୟନ୍ତୀରୁ ପୋଲିସ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ଥାନା ଅଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଆସନ୍ତା ଅକ୍ଟୋବର 2, ଗାନ୍ଧୀ ଜୟନ୍ତୀରୁ ପୋଲିସ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ଥାନା ଅଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାର ସବୁ ଥାନା ଅଧିକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଏହି କାର୍ଯ୍ୟକ୍ରମରେ ‘ମୋ ସରକାର’ ଯୋଜନା କ’ଣ, ଏହାକୁ ଅତି ସରଳ ଭାବେ ବୁଝାଇଛନ୍ତି ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ । ‘ମୋ ସରକାର’ ଯୋଜନାରେ ଥାନାକୁ ଆସୁଥିବା ଲୋକଙ୍କ ଫୋନ ନମ୍ବର ପଞ୍ଜୀକୃତ କରାଯିବ । ‘ମୋ ସରକାର’ ପୋର୍ଟାଲ ସହ ଏହାକୁ ସଂଯୋଗ ମଧ୍ୟ କରାଯିବ । ଆଉ ତା’ପରେ ପୋର୍ଟାଲରୁ ଅଭିଯୋଗକାରୀଙ୍କ ପାଖକୁ ଏକ ମେସେଜ ଯିବ ।

ସେହିପରି ଥାନା ଅଧିକାରୀଙ୍କ ଅବହେଳା କ୍ରମେ ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ପଞ୍ଜୀକରଣ ଯଦି ନହୁଏ, ଟୋଲ ଫ୍ରି ନମ୍ବରକୁ କଲ କରିପାରିବେ ବୋଲି କହିଛନ୍ତି ପାଣ୍ଡିଆନ୍‌ । ରେଜିଷ୍ଟର ହୋଇଥିବା ସମସ୍ତ ନମ୍ବର ମଧ୍ୟରୁ ୧୦ଟି ନମ୍ବରକୁ କଲ କରି ମତାମତ ସଂଗ୍ରହ କରିବା ସହ ଅଧିକାରୀଙ୍କ ବ୍ୟବହାର ବିଷୟରେ ପଚାରି ବୁଝିବେ ନବୀନ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details