ଓଡିଶା

odisha

ETV Bharat / state

ଛଟ୍‌ ପାଇଁ ମାନିଲେନି ୧୪୪ ଧାରା, ୪୦ ରୁ ଅଧିକ ଶ୍ରଦ୍ଧାଳୁ ଅଟକ - ବିହାରୀ ସମ୍ପ୍ରଦାୟର ପର୍ବ ଛଟ ପୂଜା

ଝାରସୁଗୁଡାରେ ଛଟ୍‌ ପୂଜାବେଳେ ଧାରା 144 ଉଲ୍ଲଙ୍ଘନ କରି 40 ରୁ ଅଧିକ ଅଟକ । ପୂର୍ବରୁ ଜିଲ୍ଲା ପ୍ରଶାସନ ସତର୍କ କରାଇଥଲେ ମଧ୍ୟ କେହି ମାନି ନଥିବା ଜଣାପଡିଛି । ଅଧିକ ପଢନ୍ତୁ...

_chot puja covid19 guideline violation
ଛଟ ପୂଜା ପାଇଁ ମାନିଲେନି ୧୪୪ ଧାର, ୪୦ ରୁ ଅଧିକ ଶ୍ରଦ୍ଧାଳୁ ଅଟକ

By

Published : Nov 20, 2020, 10:04 PM IST

ଝାରସୁଗୁଡ଼ା: ବିହାରୀ ସମ୍ପ୍ରଦାୟର ପର୍ବ ଛଟ ପୂଜା ପାଳନ କରାଯାଉଛି । କୋଭିଡ କଟକଣା ଯୋଗୁଁ ଏହି ପୂଜା ନିଜ ଘରେ ରହି କରିବା ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା କିନ୍ତୁ ପ୍ରଶାସନର କଟକଣାକୁ ଲୋକେ ଉଲ୍ଲଂଘନ କରିଛନ୍ତି ।

ଛଟ ପୂଜା ପାଇଁ ମାନିଲେନି ୧୪୪ ଧାର, ୪୦ ରୁ ଅଧିକ ଶ୍ରଦ୍ଧାଳୁ ଅଟକ

ଛଟ ପୂଜା ପାଳନବେଳେ ପୂଜାରେ ସାମୁହିକ ଭାବେ ଗାଧୋଇବା ଓ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ନୀତି ଓ ନିୟମ ରହିଛି । ତେବେ କୋରୋନା ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ପୂଜାପାଇଁ ସାମୁହିକ ଭାବେ ପୋଖରୀ, ନଦୀ, ନାଳ ଆଦିକୁ ବ୍ୟବହାର ନକରିବା ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି କରାଯାଇଛି । ଏଥିପାଇଁ ଉପଜିଲ୍ଲାପାଳ ୧୪୪ ଧାରା ଜାରି କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚିତ ହୋଇଥିବା ସ୍ଥାନ ଗୁଡିକରେ ଏକକାଳୀନ ୫ ଲୋକରୁ ଅଧିକ ଏକତ୍ରିତ ହେବା ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନର କଟକଣାକୁ ଉଲ୍ଲଂଘନ କରିଥିବା ୪୦ରୁ ଅଧିକ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details