ଓଡିଶା

odisha

ETV Bharat / state

ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡ ଲାଇନ - CWC

ପୋଲିସ ସହାୟତାରେ ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡ ଲାଇନ । ଏକ ଅଜଣା ଫୋନ କଲ ମାଧ୍ୟମରେ ଏହି ବିବାହ ସମ୍ପର୍କରେ ଖବର ପାଇଥିଲା ସିଡବ୍ଲ୍ୟୁସି । ବିବାହ ଅଟକ ପରେ ନାବାଳିକା ଝିଅକୁ ସିଡବ୍ଲ୍ୟୁସିରେ ଉପସ୍ଥାପିତ କରାଯାଇଥିଲା ।

ଫଟୋ ସୌଜନ୍ୟ:ପ୍ରତିନିଧି, ଝାରସୁଗୁଡା

By

Published : Jul 8, 2019, 8:06 PM IST

ଝାରସୁଗୁଡା: କୋରାବିରା ଅଞ୍ଚଳରେ ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡ ଲାଇନ । ପୋଲିସ ସହାୟତାରେ ସିଡବ୍ଲ୍ୟୁସି ସଂଯୋଜିକା ବିବାହ ଅଟକାଇବାରେ ସଫଳ ହୋଇଥିଲେ । ନାବାଳିକା ଝିଅର ବୟସ 15 ବର୍ଷ ଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଝାରସୁଗୁଡା

କୋଲାବିରା ଅଞ୍ଚଳରେ ନାବାଳିକା ବିବାହ ନେଇ ସିଡବ୍ଲ୍ୟୁସି ନିକଟକୁ ଏକ ଫୋନ କଲ ଆସିଥିଲା । ଏହାପରେ ସିଡବ୍ଲ୍ୟୁସି ଓ ପୋଲିସ ମିଳିତ ଭାବେ ବିବାହ ନିମନ୍ତ୍ରଣ କାର୍ଡ ସହ ଘଟଣାସ୍ଥାନରେ ପହଞ୍ଚିଥିଲେ । ବିବାହ ପାଇଁ ଝିଅ ଘରର ସମସ୍ତ ପ୍ରସ୍ତୁତି ସରିଥିବାବେଳେ ବରଯାତ୍ରୀ ସୁନ୍ଦରଗଡରୁ ଆସିବାର ଥିଲା । ଏହି ସମୟରେ ସିଡବ୍ଲ୍ୟୁସି ଓ ପୋଲିସ ପହଞ୍ଚି ବିବାହ ପ୍ରସ୍ତୁତିକୁ ଅଟକାଇବା ସହ ନାବାଳିକା ଝିଅକୁ ସିଡବ୍ଲ୍ୟୁସିରେ ଉପସ୍ଥାପିତ କରାଯାଇଥିଲା । ତେବେ ଝିଅଟିର ବାପା ମା' ନଥିବାବେଳେ ସାବତ ମା' ତାକୁ ପାଖରେ ରଖିଥିବା ସୂଚନା ରହିଛି ।

ଉଦ୍ଧାର ନାବାଳିକାକୁ ସିଡବ୍ଲ୍ୟୁସି ଜରିଆରେ ଥଇଥାନ କରାଯିବ ବୋଲି ସିଡବ୍ଲ୍ୟୁସି ଅଧ୍ୟକ୍ଷା ସୂଚନା ଦେଇଛନ୍ତି ।


ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details