ଓଡିଶା

odisha

ETV Bharat / state

ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଉଦଯାପିତ - ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ

ସପ୍ତାହ ବ୍ୟାପୀ ଚାଲିଥିବା ଚାଇଲ୍ଡ ଲାଇନ ସହ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି । ଏହି ଅନ୍ତିମ ଦିବସରେ ଚାଇଲ୍ଡ ଲାଇନ କାର୍ଯ୍ୟାଳୟରୁ ଏକ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ ଶୁଭାରମ୍ଭ କରିଥିଲେ । ଅଧିକ ପଢନ୍ତୁ

ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଉଦଯାପିତ
ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଉଦଯାପିତ

By

Published : Nov 21, 2021, 3:33 PM IST

ଝାରସୁଗୁଡ଼ା: ସପ୍ତାହ ବ୍ୟାପୀ ଚାଲିଥିବା ଚାଇଲ୍ଡ ଲାଇନ ସହ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି । ଏହି ଅନ୍ତିମ ଦିବସରେ ଚାଇଲ୍ଡ ଲାଇନ କାର୍ଯ୍ୟାଳୟରୁ ଏକ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ଅଞ୍ଚଳକୁ ଯାଇ ଶିଶୁ ସହାୟତା ମାଗଣା ନମ୍ବର ୧୦୯୮, ଶିଶୁ ସୁରକ୍ଷା ଆଇନ, ଶିଶୁ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିଥିଲା ।

ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଉଦଯାପିତ

ତେବେ ରେଲୱେ ଚାଇଲ୍ଡ ଲାଇନ ତରଫରୁ ସପ୍ତାହ ବ୍ୟାପୀ ଚାଲିଥିବା ଚାଇଲ୍ଡ ଲାଇନ ସହ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ରେଲୱେ ଷ୍ଟେସନ ପରିସରରେ ଏକ ଦସ୍ତଖତ ଅଭିଯାନର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ, ସମ୍ମାନିତ ଅତିଥି ଭାବେ ଷ୍ଟେସନ ମ୍ୟାନେଜର ମନୋଜ କୁମାର ବେହୁରା, ଶିଶୁ ମଙ୍ଗଳ କମିଟିର ସଦସ୍ୟା ଅହଲ୍ୟା ନାଏକ ପ୍ରମୁଖ ଯୋଗଦାନ କରିଥିଲେ ।


ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details