ଓଡିଶା

odisha

ETV Bharat / state

Brajarajnagar Bypoll: ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ - ବ୍ରଜରାଜନଗର ଉପ ନିର୍ବାଚନ

ପାଖଉଛି ବ୍ରଜରାଜନଗର ଉପ ନିର୍ବାଚନ । ଏନେଇ ଆରମ୍ଭ ହୋଇଛି ସ୍ଥିତି ସମୀକ୍ଷା । ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

By

Published : May 20, 2022, 10:45 AM IST

ଝାରସୁଗୁଡା: ପାଖଉଛି ବ୍ରଜରାଜନଗର ଉପ ନିର୍ବାଚନ । ଏନେଇ ଆରମ୍ଭ ହୋଇଛି ସ୍ଥିତି ସମୀକ୍ଷା । ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ମୁକ୍ତ ,ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ଲକ୍ଷ୍ୟ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସରୋଜ କୁମାର ସାମଲ, ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି ।

ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ନିର୍ବାଚନ ପରିଚାଳନା ନିମନ୍ତେ ପ୍ରସ୍ତୁତି ବିଷୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ ରାଜ୍ୟ ନିର୍ବାଚନ ମୁଖ୍ୟ ଅଧିକାରୀ । ମତଦାନ କେନ୍ଦ୍ରରେ ଶୃଙ୍ଖଳିତ ଭୋଟଦାନ, ଭୋଟରଙ୍କ ପାଇଁ ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା, ଭିନ୍ନକ୍ଷମ ଓ ବୃଦ୍ଧ ଭୋଟରଙ୍କ ପାଇଁ ଆନୁସଙ୍ଗିକ ସୁବିଧା, କୋଭିଡ ନିୟମ ଅନୁପାଳନ ସହ ଥର୍ମାଲ ସ୍କାନ ଓ ସାନିଟାଇଜର ଉପଲବ୍ଧ କରାଇବା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ।

ନିର୍ଦ୍ଦିଷ୍ଟ ଭୋଟରଙ୍କ ଠାରୁ ଘରକୁ ଘର ଯାଇ ପୋଷ୍ଟାଲ୍ ବାଲଟ୍ ଗ୍ରହଣ କରିବା ସଂକ୍ରାନ୍ତରେ ସେ ମଧ୍ୟ ପଚାରି ବୁଝି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ନିର୍ବାଚନରେ ଶତ ପ୍ରତିଶତ ମତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ଗତ ନିର୍ବାଚନରେ କମ୍ ମତଦାନ ହୋଇଥିବା ବୁଥ୍ ସମ୍ପର୍କରେ ଆଲୋଚନା କରି ସମ୍ପୃକ୍ତ ଅଞ୍ଚଳରେ ଭୋଟ ହାର ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ନିର୍ବାଚନକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସଜାଗ ଦୃଷ୍ଟି ଦେବା ସହ ଆବଶ୍ୟକୀୟ ପୋଲିସ ମୁତୟନ ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ପଦାଧିକାରୀଙ୍କ ସହ ଆଲୋଚନା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଲଙ୍କେଶ୍ବର ଅମାତ , ସହକାରୀ ରିଟର୍ଣ୍ଣିଂ ଅଧିକାରୀ ଓ ସମ୍ପୃକ୍ତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଫାଙ୍କା ପଡିଛି । ଗତବର୍ଷ ଡିସେମ୍ବରରେ ହୃଦଘାତରେ କିଶୋରଙ୍କ ଦେହାନ୍ତ ହୋଇଥିଲା । ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ୍‌ । ଜୁନ ୩ ତାରିଖରେ ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ ।



ଝାରସୁଗୁଡ଼ାରୁ ଗୁରୁଚରଣ ବାଘ,ଇଟିଭି ଭାରତ

ABOUT THE AUTHOR

...view details