ଓଡିଶା

odisha

By

Published : Dec 8, 2019, 9:28 PM IST

Updated : Dec 8, 2019, 11:43 PM IST

ETV Bharat / state

ଛତିଶଗଡ ପୋଲିସର ଦାଦାଗିରି, ସୀମାରେ ପଶି ଓଡିଶା ଚାଷୀଙ୍କୁ ରଖିଲା ଅଟକ

ଛତିଶଗଡ ପୋଲିସର ଦାଦାଗିରି ! ଓଡିଶା ସୀମାରେ ପ୍ରବେଶ କରି ଚାଷୀଙ୍କ ଉପରେ ଜୁଲୁମ କରିଥିବା ଅଭିଯୋଗ । ଝାରସୁଗୁଡା ସୀମାରେ ପଶି ଚାଷୀ କନକତୋରା ଗାଁର ଭାଗଚାଷୀ ମନୋଜ ମେହେରଙ୍କୁ ଧାନ ବୋଝେଇ ଗାଡି ସହ ରାୟଗଡ ଜିଲ୍ଲା ଜୁଟମିଲ ପୋଲିସ ଥାନାକୁ ନେଇଥିବା ଜଣାପଡିଛି ।

chhattisgarh police
ଛତିଶଗଡ ପୋଲିସର ଦାଦାଗିରି, ସୀମାରେ ପଶି ଚାଷୀଙ୍କୁ ରଖିଲା ଅଟକ

ଝାରସୁଗୁଡା: ଛତିଶଗଡ ପୋଲିସର ଦାଦାଗିରି ! ଓଡିଶା ସୀମାରେ ପ୍ରବେଶ କରି ଚାଷୀଙ୍କ ଉପରେ ଜୁଲୁମ କରିଥିବା ଅଭିଯୋଗ । ଝାରସୁଗୁଡା ସୀମାରେ ପଶି ଚାଷୀ କନକତୋରା ଗାଁର ଭାଗଚାଷୀ ମନୋଜ ମେହେରଙ୍କୁ ଧାନ ବୋଝେଇ ଗାଡି ସହ ରାୟଗଡ ଜିଲ୍ଲା ଜୁଟମିଲ ପୋଲିସ ଥାନାକୁ ନେଇଥିବା ଜଣାପଡିଛି । ପରେ ମନୋଜଙ୍କୁ ଛାଡିଥିବାବେଳେ ଧାନ ବୋଝେଇ ଗାଡିକୁ ଅଟକ ରଖିଛି ଛତିଶଗଡ ପୋଲିସ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଛତିଶଗଡ ପୋଲିସର ଦାଦାଗିରି

ଶନିବାର ସନ୍ଧ୍ୟାରେ କନକତୋରା ଗାଁର ଭାଗଚାଷୀ ମନୋଜ ମେହେର ବିଲରେ ଧାନ ଅମଳ କରି ଗାଡିରେ ଲଦି ନେଉଥିବାବେଳେ ଜୁଟମିଲ ପୋଲିସ ତାଙ୍କୁ ଆଡୁସାଡୁ ପଚାରିବା ସହ ସାଙ୍ଗରେ ନେଇଯାଇଥିଲେ । ରାତି 2ଟାରେ ତାଙ୍କୁ ଛାଡିଥିବାବେଳେ 38 ବସ୍ତା ଧାନ ସହ ଗାଡିକୁ ଅଟକ ରଖିଛି ପୋଲିସ ।

ଏପଟେ ରବିବାର ଘଟଣା ଜଣାପଡିବା ପରେ ଜୁଟମିଲ ପୋଲିସ ବିରୋଧରେ ରେଙ୍ଗାଲି ଥାନାରେ ଏତଲା ଦେଇଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ସ୍ଥାନୀୟ ବିଧାୟକ କିଶୋର ମହାନ୍ତି ଏହି ଘଟଣାରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଥିବା ଜଣାପଡିଛି । ଏ ଖବର ପ୍ରଘଟ ହେବା ପରେ ଲଖନପୁର ତହସିଲଦାର ଓ ଯୋଗାଣ ବିଭାଗକୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବା ପାଇଁ ଝାରସୁଗୁଡା ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ସ୍ଥାନୀୟ ଆରଆଇ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡିଛି ।

ସେପଟେ ଘଟଣାକୁ ନେଇ ଜୁଟମିଲ ପୋଲିସକୁ ଯୋଗଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 8, 2019, 11:43 PM IST

ABOUT THE AUTHOR

...view details