ଝାରସୁଗୁଡା: ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ପୁଣି ଥରେ କ୍ଷମତା ଦଖଲ କରିବ ବୋଲି ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ଏକଜିଟ ପୋଲରେ ଦର୍ଶାଯିବା ପରେ ପ୍ରତିକ୍ରିୟାଶୀଳ ହୋଇଲସ ଉଠିଛନ୍ତି ବିରୋଧି। ନିର୍ବାଚନ କମିଶନଙ୍କ ସ୍ୱଚ୍ଛତା ସହ ଇଭିଏମ ଉପରେ ଦୋଷ ଦେବା ଆରମ୍ଭ କରିଦେଲେଣି ସେମାନେ।
ଗତକାଲି ନୂଆଦିଲ୍ଲୀ ଠାରେ ୨୦ଟି ବିରୋଧୀ ଦଳ ଇଭିଏମକୁ ନେଇ ଆପତ୍ତି ଉଠାଇଥିଲେ। ଯେଉଁଥିରେ ଭୋଟ ଗଣତି ପୂର୍ବରୁ ଆଗୁଆ ଭିଭିପ୍ୟାଟର ଭୋଟ ଗଣତି କରି ଇଭିଏମ ସହ ମିଳାଇବା ପାଇଁ ଦାବି ଜଣାଇଥିଲେ। ସମସ୍ତ ଷ୍ଟ୍ରଙ୍ଗ ରୁମ୍ ୨୪ ଘଣ୍ଟିଆ ସିସିଟିଭି ନଜରରେ ଥିବା ବେଳେ କେନ୍ଦ୍ରୀୟ ସୁରକ୍ଷା ବଳ ସେଗୁଡ଼ିକୁ ଜଗିଥିବା ଏବଂ ଇଭିଏମ ଓ ଭିଭିପ୍ୟାଟକୁ ଦୁଇସ୍ତରୀୟ ଲକ୍ କରାଯାଇଥିବା ନିର୍ବାଚନ କମିଶନ କହିଛନ୍ତି।