ଓଡିଶା

odisha

ETV Bharat / state

ୟୁକ୍ରେନ୍‌ରୁ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଜାରି: ସୁରେଶ ପୂଜାରୀ - ୟୁକ୍ରେନରେ ଫସି ରହିଛନ୍ତି ଓଡ଼ିଶା ଛାତ୍ରଛାତ୍ରୀ

ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରେ ୨୦ ଜଣ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ବାସିନ୍ଦା ସାମିଲ ରହିଛନ୍ତି । ଏ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । ଅଧିକ ପଢ଼ନ୍ତୁ

ୟୁକ୍ରେନ୍‌ରୁ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଜାରି: ସୁରେଶ ପୂଜାରୀ
ୟୁକ୍ରେନ୍‌ରୁ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଜାରି: ସୁରେଶ ପୂଜାରୀ

By

Published : Mar 2, 2022, 9:32 PM IST

ଝାରସୁଗୁଡ଼ା: ୠଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ସମଗ୍ର ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏବେ ବି ୟୁକ୍ରେନରେ ଭାରତର ଅନେକ ଯୁବକଯୁବତୀ ତଥା ଛାତ୍ରଛାତ୍ରୀ ଫସି ରହିଛନ୍ତି । ଗଙ୍ଗା ମିଶନ ମାଧ୍ୟମରେ ଭାରତ ସରକାର ସମସ୍ତ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ୟୁକ୍ରେନ୍‌ରୁ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଜାରି: ସୁରେଶ ପୂଜାରୀ
ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରେ ୨୦ ଜଣ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ବାସିନ୍ଦା ସାମିଲ ରହିଛନ୍ତି । ସେମାନେ ଫେରି ଆସିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ରାଜ୍ୟ ସରକାର । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବଢ଼ିବାରେ ଲାଗିଛି । ସେପଟେ ଛାତ୍ରଛାତ୍ରୀଙ୍କ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେଣି । ଏ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ ।

ୟୁକ୍ରେନରେ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଥିବା ନେଇ ଅବଗତ ଅଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ଜଣେ ରାଷ୍ଟ୍ରଦୂତ ୟୁକ୍ରେନ୍‌ରେ ଥିବା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛନ୍ତି । ଯଥାଶୀଘ୍ର ସେମାନଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବରଗଡ଼ ସାଂସଦ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details