ଓଡିଶା

odisha

By

Published : Aug 28, 2019, 7:44 PM IST

ETV Bharat / state

ସେପ୍ଟେମ୍ବରରେ ମହାବନ୍ଦ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଚେତାବନୀ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଗୁରୁତ୍ତ୍ବପୂର୍ଣ୍ଣ ବୈଠକ ଝାରସୁଗୁଡ଼ାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସିଏସିର ସହ ଆବାହକ ପ୍ରମୋଦ ଦାସ ସଭା ପରିଚାଳନା କରି ଆଗାମୀ ଦିନରେ  କିଭଳି ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା  ହେବ ଏନେଇ  ବୈଠକରେ ଆଲୋଚନା କରିଥିଲେ।

ଫଟୋ ସୌଜନ୍ୟ:ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଗୁରୁତ୍ତ୍ବପୂର୍ଣ୍ଣ ବୈଠକ ଝାରସୁଗୁଡ଼ାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସିଏସି ଅଧୀନରେ ଥିବା ପଶ୍ଚିମ ଓଡ଼ିଶାର ବାର ଆସୋସିଏସନ ସଦସ୍ୟ ମାନେ ଯୋଗଦେଇଥିବା ବେଳେ ଏଥିରେ ସୋନପୁର ଜିଲ୍ଲା ସାମିଲ ହୋଇନଥିଲା।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଝାରସୁଗୁଡା


ଏହି ବୈଠକରେ ସିଏସିର ସହ ଆବାହକ ପ୍ରମୋଦ ଦାସ ସଭା ପରିଚାଳନା କରି ଆଗାମୀ ଦିନରେ କିଭଳି ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବ ଏନେଇ ବୈଠକରେ ଆଲୋଚନା କରିଥିଲେ। ତେବେ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ସମସ୍ତ କୋର୍ଟରେ ଶୁଣାଣି ହେବ ନାହିଁ, କିନ୍ତୁ ଜରୁରୀକାଳୀନ ସେବା ଗୁଡିକ ଖୋଲା ରହିବ ବୋଲି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏନେଇ ବାରମ୍ବାର ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଫଳାଫଳ ମିଳିନାହିଁ ।

ଫଳରେ ଆସନ୍ତା ସେପ୍ଟେମ୍ବର ମାସରେ ଗୋଟିଏ ଦିନ ମହାବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହ ମାସର ଶେଷ ତିନି ଦିନ ଆନ୍ଦୋଳନକୁ ତୀବ୍ରତର କରି ସମସ୍ତ ସରକାରୀ ଅଫିସ ସହିତ ବାଣିଜ୍ୟକ ପ୍ରତିଷ୍ଠାନ ବନ୍ଦ କରିବା ପାଇଁ ପ୍ରେସମିଟରେ ସୂଚନା ଦେଇଛନ୍ତି ସିଏସିର ସହ ଆବାହକ ପ୍ରମୋଦ ଦାସ।

ବୈଠକରେ ବୌଦ୍ଧ, ବଣେଇ, କୁଚିଣ୍ଡା, ବରପାଲି, ଅତାବିରା, ଝାରସୁଗୁଡା, ସମ୍ବଲପୁର, ଦେଓଗଡ଼ ଓ ସୁନ୍ଦରଗଡ଼,ରାଜଗାଙ୍ଗପୁରର ବାର ଆସୋସିଏସନ ପ୍ରମୁଖ ଯୋଗ ଦେଇଥିଲେ।

ଝାରସୁଗୁଡାରୁ ରବି କୁମାର ସାହୁ, ଇଟିଭି ଭାରତ

ABOUT THE AUTHOR

...view details