ଓଡିଶା

odisha

By

Published : Jul 23, 2022, 7:02 AM IST

ETV Bharat / state

ଡିସେମ୍ବର ସୁଦ୍ଧା ଝାରସୁଗୁଡାରେ କାର୍ଯ୍ୟକ୍ଷମ ହେବ କାର୍ଡିଆକ୍ କେୟାର ହସ୍ପିଟାଲ୍

ଝାରସୁଗୁଡା ଜିଲ୍ଲାରେ ଖୁବଶୀଘ୍ର ଆରମ୍ଭ ହେବ କାର୍ଡିଆକ କେୟାର ହସ୍ପିଟାଲ । 5 ଏକର ଊର୍ଦ୍ଧ୍ବ ଜମିରେ ଚାଲିଛି ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ

ଡିସେମ୍ବର ସୁଦ୍ଧା ଝାରସୁଗୁଡାରେ କାର୍ଯ୍ୟକ୍ଷମ ହେବ କାର୍ଡିଆକ୍ କେୟାର ହସ୍ପିଟାଲ୍
ଡିସେମ୍ବର ସୁଦ୍ଧା ଝାରସୁଗୁଡାରେ କାର୍ଯ୍ୟକ୍ଷମ ହେବ କାର୍ଡିଆକ୍ କେୟାର ହସ୍ପିଟାଲ୍

ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲାରେ ପ୍ରସ୍ତାବିତ ୧୦୦ ଶଯ୍ୟା ବିଶିଷ୍ଟ କାର୍ଡିଆକ କେୟାର ସେଣ୍ଟର(Cardiac Care Hospital) ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ । 5 ଏକର ଊର୍ଦ୍ଧ୍ବ ଜମିରେ ଏହି ନିର୍ମାଣ କାର୍ଯ୍ୟ କରାଯାଉଛି । ଏଥିରେ 109 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଆସନ୍ତା ଅଗଷ୍ଟ ମାସରେ ହସ୍ତାନ୍ତର କରାଯିବ । ଆସନ୍ତା ଡ଼ିସେମ୍ବର ମାସ ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ନେଇ ଆଶା ରଖାଯାଇଛି । ଝାରସୁଗୁଡା ଜିଲ୍ଲାରେ ସ୍ବାସ୍ଥ୍ୟସେବା ଉନ୍ନତି ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଏନେଇ ସୂଚନା ଦିଆଯାଇଛି । କାର୍ଡିଆକ ହସ୍ପିଟାଲରେ 8 ଏକର ପରିଧି ମଧ୍ୟରେ ହସ୍ପିଟାଲର ଡାକ୍ତର, ଇବିଏମ ହସ୍ପିଟାଲର କର୍ମଚାରୀଙ୍କ କ୍ବାଟର୍ସ କରାଯାଇଛି ।

ସେହିପରି ଝାରସୁଗୁଡାରେ 120 ଶଯ୍ୟା ବିଶିଷ୍ଟ ଏକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରାଯିବ । ପ୍ରାୟ 169 କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ହସ୍ପିଟାଲ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଟଙ୍କା ଯୋଗାଇ ଦିଆଯାଇଛି । ପ୍ରାୟ 6 ଏକର ସ୍ଥାନରେ ଏହି ହସ୍ପିଟାଲ ତିଆରି ହେବ । ଏହାର ପରିଚାଳନା ପାଇଁ ଖୁବଶୀଘ୍ର ପରିଚାଳକ ସ୍ଥିର କରାଯିବ । ତେବେ ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ସମେତ ଇସ୍ପାତ ଖଣି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଆଦି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details