ଓଡିଶା

odisha

By

Published : Mar 7, 2022, 3:33 PM IST

ETV Bharat / state

ପୌର ଫାଇଟ: ଝାରସୁଗୁଡାରେ ନାମାଙ୍କନ ଭରିଲେ ୩ ପ୍ରମୁଖ ଦଳ

ଝାରସୁଗୁଡା ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ବିଜେଡ଼ିରୁ ରାଣୀ ହାତୀ, ବିଜେପିରୁ ତ୍ରିନାଥ ଗୁଆଲ ଓ କଂଗ୍ରେସରୁ ଅଲେଖ ବାରଭାୟା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ତିନି ପ୍ରମୁଖ ଦଳର ପୌରପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ
ତିନି ପ୍ରମୁଖ ଦଳର ପୌରପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

ଝାରସୁଗୁଡ଼ା: ଜିଲ୍ଲାର ତିନି ପୌର ପରିଷଦ ଯଥା- ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡ଼ ପୌର ପରିଷଦରେ ଅଧ୍ୟକ୍ଷ ପଦ ଏବଂ କାଉନସିଲର ପ୍ରାର୍ଥୀ ଚୟନ ପ୍ରକ୍ରିୟା ପରେ ଆଜି(ସୋମବାର) ନାମାଙ୍କନର ଶେଷ ଦିନରେ ବିଜେଡି, ବିଜେପି ଏବଂ କଂଗ୍ରେସ ଆଦି ପ୍ରମୁଖ ଦଳ ନାମାଙ୍କନ ଦାଖଲ କରିଛନ୍ତି । ଝାରସୁଗୁଡା ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ବିଜେଡ଼ିରୁ ରାଣୀ ହାତୀ, ବିଜେପିରୁ ତ୍ରିନାଥ ଗୁଆଲ ଓ କଂଗ୍ରେସରୁ ଅଲେଖ ବାରଭାୟା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ତିନି ପ୍ରମୁଖ ଦଳର ପୌରପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

ପଞ୍ଚାୟତ ନିର୍ବାଚନରେ ଝାରସୁଗୁଡା ଜିଲ୍ଲାର ୯ଟି ଆସନରୁ ୯ଟି ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ଭିତ୍ତି କରି ନିର୍ବାଚନୀ ମଇଦାନକୁ ଓଲ୍ଲାଇବ ବୋଲି ବିଜେଡି ପ୍ରାର୍ଥିନୀ ରାଣୀ ହାତୀ କହିଛନ୍ତି । ଅନ୍ୟପକ୍ଷରେ ବିଜେଡ଼ିର ଦଳ ଛାଡି ଦୁଇଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ବିଜେଡ଼ିର ପୂର୍ବତନ ରାଜ୍ୟ ସମ୍ପାଦକ ତ୍ରିନାଥ ଗୁଆଲ ବିଜେପି ଅଧକ୍ଷ ପ୍ରାର୍ଥୀ ହୋଇଛନ୍ତି । ସେ କହିଛନ୍ତି କି, ‘ଜିଲ୍ଲା ବିଜେଡ଼ି ଦୁର୍ନୀତିର ଗନ୍ତା ଘର ପାଲଟିଛି । ଝାରସୁଗୁଡା ପୌରାଞ୍ଚଳରେ ସମସ୍ୟା ରହିଛି ଯାହାକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନ ଲଢ଼ିବି ଓ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳର ଭୋଟର ନିଶ୍ଚିତ ବିଜେପିକୁ ଭୋଟ ଦେବେ ବୋଲି କହିଛନ୍ତି ।’ ସେହିପରି କଂଗ୍ରେସର ପ୍ରାର୍ଥୀ ଅଲେଖ ବାରଭାୟା ହୋଇଛନ୍ତି ।

କଂଗ୍ରେସର ଗଡ଼ କୁହାଯାଉଥିବା ଝାରସୁଗୁଡା ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭାଙ୍ଗିଥିବା ବେଳେ, ପୌର ନିର୍ବାଚନରେ କିଏ ଅଧ୍ୟକ୍ଷ ପଦବୀ ସହିତ କାଉନସିଲ ଗଠନ କରିବ ତାହା ନିର୍ବାଚନରେ ହିଁ ଜଣାପଡିବ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details