ଓଡିଶା

odisha

ETV Bharat / state

Brajarajnagar Bypoll: ହାତରେ ଆଉ ୩ ଦିନ, ଜମୁଛି ପ୍ରଚାର ମଇଦାନ - ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ଖବର

ଦିନ ସରୁଛି ପ୍ରଚାର ଜମୁଛି । ପାଖଉଛି ବ୍ରଜରାଜନଗର ଉପନିର୍ବାଚନ ତାରିଖ । ଗରମ ଉଷ୍ମତ୍ତାଠାରୁ ବଳି ଯାଉଛି ନିର୍ବାଚନ ତାତି । ଅଧିକ ପଢନ୍ତୁ

ହାତରେ ଆଉ ୩ ଦିନ, ଜମୁଛି ପ୍ରଚାର ମଇଦାନ
ହାତରେ ଆଉ ୩ ଦିନ, ଜମୁଛି ପ୍ରଚାର ମଇଦାନ

By

Published : May 27, 2022, 1:43 PM IST

ଝାରସୁଗୁରଡା: ପାଖଉଛି ବ୍ରଜରାଜନଗର ଉପନିର୍ବାଚନ ତାରିଖ । ଦିନ ଯେତିକି ପାଖଉଛି ସେହିମାତ୍ରାରେ ଜମୁଛି ପ୍ରଚାର । ତେବେ ପ୍ରଚାର ଶେଷ ପର୍ଯ୍ୟାୟରେ ଥିବାବେଳେ ହାତରେ ଆଉ ମାତ୍ର ୩ ଦିନ ରହିଲା । ଗରମ ଉଷ୍ମତ୍ତାଠୁ ବଳି ଯାଉଛି ନିର୍ବାଚନ ତାତି । ଗର୍ଜୁଛନ୍ତି ହେବିୱେଟ ନେତା । ଏ ନେଇ ସମସ୍ତ ୩ ରାଜନୈତିକ ଦଳ ପକ୍ଷରୁ ସଭା, ଶୋଭାଯାତ୍ରା, ସମାବେଶ ଜୋରଦାର ହୋଇଛି । ଲୋକଙ୍କ ମନ ଜିତିବାକୁ ସବୁ ପ୍ରକାଶ କୌଶଳ ଆପଣେଇଛନ୍ତି ପ୍ରାର୍ଥୀ । ବ୍ରଜରାଜନଗର ଉପନିର୍ବାଚନ ତ୍ରିମୁଖୀ ଲଢେଇରେ କାହାର ଜିତାପଟ ହେବ । କିଏ ଜିତିବ ବ୍ରଜରାଜନଗର ବାଜି । ପୌରାଞ୍ଚଳ ଠାକୁରପଡା BJD ତରଫରୁ ମହିଳା ସମାବେଶ କରାଯାଇଛି ।

ହାତରେ ଆଉ ୩ ଦିନ, ଜମୁଛି ପ୍ରଚାର ମଇଦାନ

ସମାବେଶରେ ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପ୍ରଚାର କମିଟି ମୁଖ୍ୟ ସଂଯୋଜିକା ଦୀପାଳି ଦାସ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସଂଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ନଳିନୀ ପ୍ରଧାନ ପ୍ରମୁଖ ଯୋଗଦେଇଛନ୍ତି । ମହିଳାଙ୍କ ବିକାଶ ସଦା ସର୍ବଦା ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଇ ଆସିଛନ୍ତି । ଏନେଇ ମହିଳା ଭୋଟରଙ୍କୁ ହାତେଇବା ପାଇଁ ବିଜେଡ଼ି ଲାଗିପଡିଛି । ବିଜେଡି ପ୍ରାର୍ଥୀଙ୍କୁ ସହାନୂଭୂତି ସାହା ହେଉଛି ନା ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଥିବା ବିରୋଧୀଙ୍କ କାର୍ଯ୍ୟ ସଫଳ ହେଉଛି ତାହା ସମୟ କହିବ ।

ସେହିପରି ଉତ୍ତରପ୍ରଦେଶରୁ ଆସି ବ୍ରଜରାଜନଗର ଲୋକଙ୍କ ଭୋଟ ହାତେଇବା ପାଇଁ ଆଜି ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବ (ନିରଉୱା)ଙ୍କୁ ନେଇ ରୋଡ଼ ଶୋ କରିବ ବିଜେପି । ଅନ୍ୟପକ୍ଷରେ କଂଗ୍ରେସ ରାଜ୍ୟ ଓ କେନ୍ଦ୍ରର ସ୍ଥାଣୁତାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣ କୌଶଳ ଆପଣେଇଛନ୍ତି । କିଏ ବ୍ରଜରାଜନଗର ବାଜି ମାରିବ ତାହା ଉପରେ ସମସ୍ତଙ୍କ ନଜର ।

ଆସନ୍ତା ୩୧ ତାରିଖରେ ହେବାକୁ ଯାଉଛି ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ (Brajarajnagar Bypoll) । ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ବିଜେପି । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କିଶୋର ପଟେଲ ଓ ବିଜେଡି ପକ୍ଷରୁ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପ୍ରାର୍ଥୀ ହୋଇଛନ୍ତି । ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଝାରସୁଗଡା ଜିଲ୍ଲାର ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details