ଝାରସୁଗୁଡ଼ା: ନାଗରିକତା ସଂଶୋଧନ ଆଇନ (CAA)କୁ ସମର୍ଥନ କରି ଝାରସୁଗୁଡ଼ାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି। ଶିଳ୍ପ ଓ କଳକାରଖାନା ଜିଲ୍ଲାର ମନମୋହନ ଖେଳପଡ଼ିଆରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମ , ବିଜେପି ଯୁବମୋର୍ଚ୍ଚା ରାଜ୍ୟସଭାପତି ଟଙ୍କଧର ତ୍ରିପାଠୀ, ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ଦଳର ଜିଲ୍ଲା ସଭାପତି ମଙ୍ଗଳ ସାହୁ ଓ ଦଳର ବିଭିନ୍ନ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
ଝାରସୁଗୁଡ଼ାରେ ସିଏଏକୁ ସମର୍ଥନ କରି ବିଜେପିର ବିଶାଳ ଶୋଭାଯାତ୍ରା - ବିଜେପିର ବିଶାଳ ଶୋଭାଯାତ୍ରା
ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଝାରସୁଗୁଡ଼ାରେ ବିଶାଳ ରାଲି । ପଦଯାତ୍ରାରେ ହଜାର ହଜାର ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗଦେବା ସହ ଏହି ଆଇନ ସପକ୍ଷରେ ନାରା ଲଗାଇଥିଲେ ।
caa-supports-rally-at-jharsuguda
ଝାରସୁଗୁଡ଼ା ସିଏଏକୁ ସମର୍ଥନ କରି ବିଜେପିର ବିଶାଳ ଶୋଭାଯାତ୍ରା
ପରେ ଏହି ଶୋଭାଯାତ୍ରା ସହରର ମୁଖ୍ୟ ରାସ୍ତାରେ ଯାଇ ବସଷ୍ଟାଣ୍ଡ ଛକ ନିକଟରେ ପହଞ୍ଚିବା ପରେ ଆୟୋଜିତ ହୋଇଥିଲା ଏକ ସାଧାରଣ ସଭା। ସରକାରଙ୍କ ଏହି ସିଏଏ ବିଲ କୌଣସି ନାଗରିକର ଅଧିକାରକୁ କ୍ଷୁର୍ଣ୍ଣ ନୁହେଁ ବରଂ ଦୀର୍ଘ ବର୍ଷ ଧରି କରାଯାଇ ଆସୁଥିବା ଦାବିକୁ ଗୁରୁତ୍ବ ଦିଆଯିବ। ଶରଣାର୍ଥୀଙ୍କୁ ନାଗରିକତା ଦିଆଯିବ ବଂର କାହାର ନାଗରିକତା ନିଆଯିବ ନାହିଁ ବୋଲି କହିଛନ୍ତି ପଦଯାତ୍ରାରେ ଯୋଗ ଦେଇଥିବା ବରିଷ୍ଠ ନେତା।
ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ