ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସରିବା ପରେ ବିଜେଡି ତାର ପ୍ରଚାର ଆରମ୍ଭ କରିଦେଇଛି। ବ୍ରଜରାଜନଗର ପୌର ପରିଷଦର ଲମଟିବାହାଲ ସ୍ଥିତ ମାହେଶ୍ବରୀ ଭବନଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଝାରସୁଗୁଡା ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁଭାଷ ସିଂ,ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ରାଜ୍ୟ ମହିଳା ପର୍ଯ୍ୟବେକ୍ଷିକା ଜ୍ୟୋତି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
Brajrajnagar By Poll: ବ୍ରଜରାଜନଗରରେ ବିଜେଡିର କର୍ମୀ ସମ୍ମିଳନୀ - BJD workers conference in Brajrajnagar
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସରିବା ପରେ ବିଜେଡି ତାର ପ୍ରଚାର ଆରମ୍ଭ କରିଦେଇଛି। ବ୍ରଜରାଜନଗର ପୌର ପରିଷଦର ଲମଟିବାହାଲ ସ୍ଥିତ ମାହେଶ୍ବରୀ ଭବନଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ
![Brajrajnagar By Poll: ବ୍ରଜରାଜନଗରରେ ବିଜେଡିର କର୍ମୀ ସମ୍ମିଳନୀ ବିଜେଡିର କର୍ମୀ ସମ୍ମିଳନୀ](https://etvbharatimages.akamaized.net/etvbharat/prod-images/768-512-15318507-thumbnail-3x2-ft.jpg)
ବିଜେଡିର କର୍ମୀ ସମ୍ମିଳନୀ
By Poll: ବ୍ରଜରାଜନଗରରେ ବିଜେଡିର କର୍ମୀ ସମ୍ମିଳନୀ
ଏହି ଉପନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାକୁ କେନ୍ଦ୍ର କରି ବିଜେଡି ମଇଦାନକୁ ଓଳାଇବା ପାଇଁ ପ୍ରସ୍ତୁତି ଜାରି ରଖିଛି। ଆଜି ବ୍ରଜରାଜନଗରର ଲମଟିବାହାଲ ଠାରେ ଏକ ବିଜେଡି କର୍ମୀଙ୍କୁ ନେଇ ଏକ ନିର୍ବାଚନୀ ସଭା କରିଥିଲେ। ଯେଉଁଥିରେ ବ୍ରଜରାଜନଗର ପୌରାଞ୍ଚଳର ବିଜେଡି କର୍ମୀଙ୍କୁ ବରିଷ୍ଠ ବିଜେଡି ନେତା ଓ ମନ୍ତ୍ରୀ ମାନେ କର୍ମୀଙ୍କୁ ଗୁରୁ ମନ୍ତ୍ରଣା ଦେଇଛନ୍ତି। ନିଜ ଦଳୀୟ ପ୍ରାର୍ଥୀଙ୍କୁ କେମିତି ଜିତାଇବେ ତାହାକୁ ନେଇ ଯୋଜନା ପ୍ରସ୍ତୁତ।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ