ଓଡିଶା

odisha

ETV Bharat / state

ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଅସୁସ୍ଥ

ପେଟରେ ଯନ୍ତ୍ରଣା ହେଉଥିବାରୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ ବିଧାୟିକା ଅଳକା ମହାନ୍ତି। ଅଧିକ ପଢନ୍ତୁ

Alaka Mohanty admitted to hospital for illness
Alaka Mohanty admitted to hospital for illness

By

Published : Mar 7, 2023, 11:08 AM IST

Alaka Mohanty admitted to hospital for illness

ଝାରସୁଗୁଡା:ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି । ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପେଟରେ ଯନ୍ତ୍ରଣା ହେଉଥିବାରୁ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ହିମୋଗ୍ଲୋବିନ କମ୍‌ ଥିବାରୁ ତାଙ୍କୁ ଗୋଟିଏ ୟୁନିଟ ରକ୍ତ ଦିଆଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନରୁ ବିଧାୟିକା ଅଳକା ମହାନ୍ତି ଅସୁସ୍ଥତା ଅନୁଭବ କରୁଥିଲେ । କିନ୍ତୁ ଗତକାଲି ରାତିରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଅଳକା ମହାନ୍ତି ପୂର୍ବରୁ ଉଚ୍ଚ ରାକ୍ତ ଚାପ ଓ ମଧୁମେହ ରୋଗରେ ପୀଡିତ ଥିବା ବେଳେ ପେଟରେ ଯନ୍ତ୍ରଣା ହେଉଥିବାରୁ ସେନେଇ ଡାକ୍ତରୀ ପରୀକ୍ଷା କରାଯାଉଛି ।

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବିଧାୟିକା ଅଳକା ମହାନ୍ତିଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ଚିକିତ୍ସା କରୁଥିବା ଡାକ୍ତର ବିଭୁଦତ୍ତ ମହାନ୍ତି ସୂଚନା ଦେଇଛନ୍ତି । ସେପଟେ ଅଳକାଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ତାଙ୍କ ସମର୍ଥକ । ତେବେ ଅଳକାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ସୂଚନା ଦେଇଛନ୍ତି ଡାକ୍ତର ।

ଏନେଇ ଡାକ୍ତର କହିଛନ୍ତି ଯେ, "ଗତାକିଲ ରାତି 12ଟା ପରେ ବିଧାୟିକା ଅଳକା ମହାନ୍ତି ହସ୍ପିଚଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ପେଟରେ ଯନ୍ତ୍ରଣା ହେଉଥିବାରୁ ଚିକିତ୍ସା ଆରମ୍ଭ ହୋଇଥିଲା । ସେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ମଧ୍ୟ ଅଛନ୍ତି । ପେଟରେ କାହିଁକି ଯନ୍ତ୍ରଣା ହେଉଛି ସେନେଇ ମଧ୍ୟ ପରୀକ୍ଷା ନିରକ୍ଷା କରାଯାଉଛି । ତାଙ୍କ ଶରୀରେ ରକ୍ତ କମ ଥିବାରୁ ଗୋଟିଏ ୟୁନିଟ ରକ୍ତ ମଧ୍ୟ ଦିଆଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯିବ ।"

ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଖାଲି ପଡିଥିଲା। ଏହାପରେ ଗତ 2022 ମେ 31 ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ହୋଇଥିଲା । ଜୁନ 3 ତାରିଖରେ ଭୋଟ ଗଣତି ପରେ ବିଜେଡ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ଅଳକା ମହାନ୍ତି ବିଜୟୀ ହୋଇଥିଲେ । ବିରୋଧୀ କଂଗ୍ରେସ ଓ ବିଜେପିକୁ ପଛରେ ପକାଇ ମୋଟ 65 ହଜାର 791 ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଅଳକା ମହାନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details