ଓଡିଶା

odisha

ETV Bharat / state

Brajarajnagar Bypoll: ବ୍ରଜରାଜନଗରରେ ବିଜେଡିର ବାଜିମାତ - ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ, କିଛି ସମୟ ପରେ ଭୋଟ ଗଣତି
ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ, କିଛି ସମୟ ପରେ ଭୋଟ ଗଣତି

By

Published : Jun 3, 2022, 6:33 AM IST

Updated : Jun 3, 2022, 2:04 PM IST

14:01 June 03

ବିଜେଡିର ହେଲା ବ୍ରଜରାଜନଗର, ବାଜି ମାରିଲେ ଅଳକା

ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ । ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ସମସ୍ତ ୨୦ ରାଉଣ୍ଡରେ ଟ୍ରେଣ୍ଡ ରହିବା ପରେ ବିଜେପି କଂଗ୍ରେସକୁ ପଛରେ ପକାଇ ବିଜେଡି ବିଜୟୀ ହୋଇଛି । ମୋଟ ୬୫ ହଜାର ୭୯୧ ଭୋଟ ବ୍ୟବଧାନରେ ବ୍ରଜରାଜନଗରରେ ବିଜୟର ବାନା ଉଡାଇଲା ବିଜେଡି ।

13:57 June 03

୧୯ ରାଉଣ୍ଡ ଭୋଟ ଗଣତିରେ ଏକତରଫା ବିଜୟ ମୁହାଁ ବିଜେଡି

ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନର ୧୯ତମ ଭୋଟ ଗଣତି ରାଉଣ୍ଡରେ ବିଜେଡି ଆଗରେ ।

13:24 June 03

୧୫ ରାଉଣ୍ଡ ଭୋଟ ଗଣତିରେ ଆଗରେ ବିଜେଡି

ଝାରସୁଗୁଡା:ବ୍ରଜାରଜନଗର ଉପନିର୍ବାଚନ ୧୫ତମ ରାଉଣ୍ଡରେ ବିଜେଡି ଖାତାକୁ ଆସିଛି ୪୭୪୬ ଭୋଟ । ସେହିପରି କଂଗ୍ରେସକୁ ୧୩୪୮ଟି ଭୋଟ ମିଳିଥିବା ବେଳେ ୧୧୧୪ ଭୋଟ ପାଇ ପଛରେ ରହିଛି ବିଜେପି ।

12:57 June 03

୧୩ ରାଉଣ୍ଡ ଭୋଟ ଗଣତିରେ ଆଗରେ ବିଜେଡି

ଝାରସୁଗୁଡା: ସରିଲା ୧୩ ରାଉଣ୍ଡ ଭୋଟ ଗଣତି । 13 ରାଉଣ୍ଡ ସୁଦ୍ଧା ମୋଟ ୬୨,୮୫୩ ଭୋଟ ପାଇ ଆଗରେ ବିଜେଡି । ସେହିପରି କଂଗ୍ରେସ ୧୭, ୬୧୩ ଭୋଟ ପାଇ ଦ୍ବିତୀୟରେ ରହିଥିବା ବେଳେ ୧୩,୧୬୨ ଭୋଟ ପାଇ ପଛେଇଛି ବିଜେପି ।

12:03 June 03

ଦଶମ ରାଉଣ୍ଡ ଗଣତିରେ ଆଗରେ ବିଜେଡି

ଦଶମ ରାଉଣ୍ଡ ଗଣତିରେ ଆଗରେ ବିଜେଡି

ଝାରସୁଗୁଡା: ସରିଲା ନବମ ଓ ଦଶମ ରାଉଣ୍ଡ ଗଣତି । ବିଜେଡି ଏହି ଉଭୟ ରାଉଣ୍ଡରେ ମଧ୍ୟ ଆଗରେ ରହିଛି ।

12:03 June 03

ଅଷ୍ଟମ ରାଉଣ୍ଡ ଗଣତିରେ ଆଗରେ ବିଜେଡି

ଝାରସୁଗୁଡା:ସରିଲା ଅଷ୍ଟମ ରାଉଣ୍ଡ ଗଣତି । ବିଜେଡି ୪୦୫୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୭୪୫ ଓ କଂଗ୍ରେସ ୧୨୦୭ ଭୋଟ ପାଇଛି । ଅଷ୍ଟମ ରାଉଣ୍ଡରେ ୨୮୪୭ ଭୋଟରେ ଆଗରେ ରହିଛି ବିଜେଡି।

12:03 June 03

ସପ୍ତମ ରାଉଣ୍ଡ ଗଣତିରେ ଆଗରେ ବିଜେଡି

ଝାରସୁଗୁଡା: ସରିଲା ସପ୍ତମ ରାଉଣ୍ଡ ଗଣତି । ବିଜେଡି ୫୭୧୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୧୩୩୬ ଓ କଂଗ୍ରେସ ୧୩୦୭ ଭୋଟ ପାଇଛି । ସପ୍ତମ ରାଉଣ୍ଡରେ ୪୩୭୯ ଭୋଟରେ ଆଗରେ ରହିଛି ବିଜେଡି।

11:14 June 03

ଷଷ୍ଠ ରାଉଣ୍ଡ ଗଣତିରେ ଆଗରେ ବିଜେଡି

ଝାରସୁଗୁଡା: ସରିଲା ଷଷ୍ଠ ରାଉଣ୍ଡ ଗଣତି । ବିଜେଡି ୫୧୫୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୧୦୦୨ ଓ କଂଗ୍ରେସ ୧୭୭୮ ଭୋଟ ପାଇଛି । ଷଷ୍ଠ ରାଉଣ୍ଡରେ ୩୩୭୭ ଭୋଟରେ ଆଗରେ ରହିଛି ବିଜେଡି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ମୋଟ ୨୯,୮୮୮ ଭୋଟ ପାଇ ୨୨, ୭୦ ଭୋଟରେ ଆଗରେ ବିଜେଡି ।

10:43 June 03

ପଞ୍ଚମ ରାଉଣ୍ଡ ଗଣତିରେ ଆଗରେ ବିଜେଡି

ଝାରସୁଗୁଡା:ସରିଲା ପଞ୍ଚମ ରାଉଣ୍ଡ ଗଣତି । ବିଜେଡି ୩୯୧୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୧୪୨୨ ଓ କଂଗ୍ରେସ ୭୫୦ ଭୋଟ ପାଇଛି । ପଞ୍ଚମ ରାଉଣ୍ଡରେ ୨୪୯୧ ଭୋଟରେ ଆଗରେ ରହିଛି ବିଜେଡି । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ମୋଟ ୧୭,୯୧୭ ଭୋଟରେ ଆଗରେ ବିଜେଡି ।

10:20 June 03

ଚତୁର୍ଥ ରାଉଣ୍ଡ ଗଣତିରେ ବିଜେଡି ଆଗରେ

ଝାରସୁଗୁଡା: ସରିଲା ଚତୁର୍ଥ ରାଉଣ୍ଡ ଗଣତି । ବିଜେଡି ୪୭୮୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୧୩୭୧ ଓ କଂଗ୍ରେସ ୮୮୩ ଭୋଟ ପାଇଛି । ଚତୁର୍ଥ ରାଉଣ୍ଡରେ ୩୪୧୬ ଭୋଟରେ ଆଗରେ ରହିଛି ବିଜେଡି । ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ମୋଟ ୧୫,୬୦୮ ଭୋଟରେ ଆଗରେ ବିଜେଡି ।

10:10 June 03

ତୃତୀୟ ରାଉଣ୍ଡ ଗଣତିରେ BJD ଆଗରେ

ଝାରସୁଗୁଡା: ସରିଲା ତୃତୀୟ ରାଉଣ୍ଡଗଣତି । ବିଜେଡି ୫୭୮୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୧୨୧୮ ଓ କଂଗ୍ରେସ ୯୭୮ ଭୋଟ ପାଇଛି । ତୃତୀୟ ରାଉଣ୍ଡରେ ୪୫୬୭ ଭୋଟ ବ୍ୟବଧାନରେ ଆଗରେ ରହିଛି ବିଜେଡି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ମୋଟ ୧୨, ୧୯୨ ଭୋଟରେ ଆଗରେ ବିଜେଡି ।

09:50 June 03

ଦ୍ବିତୀୟ ରାଉଣ୍ଡ ଭୋଟ ଗଣତିରେ ଆଗରେ BJD

ଦ୍ବିତୀୟ ରାଉଣ୍ଡ ଭୋଟ ଗଣତିରେ ଆଗରେ BJD

ଝାରସୁଗୁଡା:ଶେଷ ହେଲା ଦ୍ବିତୀୟ ରାଉଣ୍ଡ ଭୋଟଗଣତି । ବିଜେଡି ୫୫୧୫ ଭୋଟରେ ଆଗୁଆ ରହିଥିବା ବେଳେ ବିଜେପି ମୋଟ ୧୪୭୯ ଓ କଂଗ୍ରେସକୁ ୬୮୫ ଭୋଟ ମିଳିଛି । ବିଜେଡିକୁ ମୋଟ ୭୬୨୫ ଭୋଟ ମିଳିଛି ।

09:11 June 03

ପ୍ରଥମ ରାଉଣ୍ଡରେ ଆଗରେ ବିଜେଡି

ପ୍ରଥମ ରାଉଣ୍ଡରେ ଆଗରେ ବିଜେଡି

ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ଶେଷ ହୋଇଥିବା ବେଳେ ୩୫୮୯ ଭୋଟରେ ବିଜେଡି ଲିଡ କରୁଛି । ବିଜେଡି ମୋଟ ୪୭୩୩ ଭୋଟ ପାଇଥିବା ବେଳେ ବିଜେପି ୧୧୪୪ ଓ କଂଗ୍ରେସ ୧୦୧୪ ଭୋଟ ପାଇଛି ।

07:53 June 03

ଆରମ୍ଭ ହେଲା ଭୋଟ ଗଣତି

ଝାରସୁଗୁଡା: ଆରମ୍ଭ ହେଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣତି । ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ଭୋଟଗଣତି । ପୋଷ୍ଟାଲ ବାଲଟପେପରରେ ଗଣତି ଆରମ୍ଭ ହୋଇଛି । ୨୭୯ଟି ବୁଥ ଥିବାରୁ ୨୦ ରାଉଣ୍ଡ କାଉଣ୍ଟ ହେବ ।

06:08 June 03

ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ

ଝାରସୁଗୁଡା: ଆଜି ପ୍ରକାଶ ପାଇବ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟଗଣତି । ଏଥିପାଇଁ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରଥମେ ୩୦ ମିନିଟ୍‌ ପୋଷ୍ଟାଲ ବାଲଟ ଓ ପରେ ଇଭିଏମରେ ଭୋଟ ଗଣତି କରାଯିବ । ୧୪ଟି ଟେବୁଲରେ ଗଣତି କରାଯିବ । ୨୭୯ଟି ବୁଥ ଥିବାରୁ ୨୦ ରାଉଣ୍ଡ କାଉଣ୍ଟ ହେବ । ଏନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

Last Updated : Jun 3, 2022, 2:04 PM IST

ABOUT THE AUTHOR

...view details