ଓଡିଶା

odisha

ETV Bharat / state

ବ୍ରଜରାଜନଗର ଉପନିର୍ବାଚନ: ମଙ୍ଗଳବାର ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି - ବ୍ରଜରାଜନଗର ଉପନିର୍ବାଚନ

ଆସନ୍ତାକାଲି (ମଙ୍ଗଳବାର) ବ୍ରଜରାଜନଗର ବିଧାନସଭା ଆସନ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସରୋଜ କୁମାର ସାମଲ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

Brajarajnagar Bypoll: jharsuguda collector urges People To Cast their Vote,279 Booths ready for 2.14 Lakh People
ବ୍ରଜରାଜନଗର ଉପନିର୍ବାଚନ: ସୁରକ୍ଷା ପ୍ରତି କଡ଼ା ନଜର ରଖିଛି ପ୍ରଶାସନ

By

Published : May 30, 2022, 12:39 PM IST

ଝାରସୁଗୁଡ଼ା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଆସନ୍ତାକାଲି (ମଙ୍ଗଳବାର) ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ପ୍ରସ୍ତୁୁତି ଶେଷ ହୋଇଛି । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସରୋଜ କୁମାର ସାମଲ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିବାକୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି । ମଙ୍ଗଳବାର ୨୭୯ ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ କରାଯିବ । ବ୍ରଜରାଜନଗରରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ ।

ବ୍ରଜରାଜନଗର ଉପନିର୍ବାଚନ: ସୁରକ୍ଷା ପ୍ରତି କଡ଼ା ନଜର ରଖିଛି ପ୍ରଶାସନ

ସେଥିମଧ୍ୟରୁ ୨୨ଟି ନୂଆ ବୁଥ୍‌ ହୋଇଛି । ୬୦ ବୁଥ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି । ୧୪୫ଟି ବୁଥ୍‌ରେ ୱେବ୍‌ କାଷ୍ଟିଂର ବ୍ୟବସ୍ଥା କରାଯାଇଛି । ସମସ୍ତ ନିର୍ବାଚନ ମଣ୍ଡଳୀକୁ ୩୧ଟି ସେକ୍ଟରେ ବିଭକ୍ତ କରାଯାଇଛି । ନିର୍ବାଚନ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୧୨ ପ୍ଲାଟୁନ ରାଜ୍ୟ OSAP, ୨୫ଟି ପୋଲିସ ମୋବାଇଲ ପାର୍ଟି, ୬ଟି ଫ୍ଲାଇଂ ସ୍କ୍ବାଡ୍‌, ୧୦ SST ସମେତ ଜିଲ୍ଲା ପୋଲିସ ଅଧିକାରୀ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପାଇଁ ଦାୟିତ୍ବରେ ରହିବେ । ପ୍ରଶାସନ ଏବଂ ପୋଲିସର ଯୁଗ୍ମ ସମନ୍ବୟରେ ନିର୍ବାଚନ ତଦାରଖ ହେଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଅପରପକ୍ଷେ ଭୋଟରମାନେ ସେମାନଙ୍କର ବହୁମୂଲ୍ୟ ମତଦାନ ଦ୍ବାରା ନିଜର ପ୍ରତିନିଧି ନିର୍ଣ୍ଣୟ କରିବେ । ତେଣୁ ସମସ୍ତେ ବୁଥ୍‌କୁ ଯାଇ ଶତ ପ୍ରତିଶତ ଭୋଟ ଦେବା ଓ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରି ନିଜର କର୍ତ୍ତବ୍ୟ ତୁଲାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ମତଦାନ କେନ୍ଦ୍ରକୁ ଗଲାବେଳେ ଭୋଟରମାନେ ନିଜ ସହିତ ପରିଚୟ ପତ୍ର ନେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ମତଦାନ ପାଇଁ ୧୨ଟି ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଅନିର୍ବାଯ୍ୟ ଅଟେ ।

ଭୋଟ ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫଟୋ ଥିବା ସରକାରୀ ଚାକିରି କ୍ଷେତ୍ରର ପରିଚୟ ପତ୍ର, ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ ଓ ପୋଷ୍ଟ ଅଫିସର ପାସବୁକ, ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସ୍ବାସ୍ଥ୍ୟବୀମା ସ୍ମାର୍ଟକାର୍ଡ, ସାଂସଦ ଓ ବିଧାୟକଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର, ଏନଆରଆଇଜିଏର ଜବ କାର୍ଡ଼, ଫଟୋ ଥିବା ପେନସନ ଦସ୍ତାବିଜ, ଏନପିଆର ସ୍ମାର୍ଟକାର୍ଡ଼, ପାସପୋର୍ଟ, ପାନ କାର୍ଡ଼ ଓ ଆଧାରକାର୍ଡ଼ ମଧ୍ୟରୁ କୌଣସି ଏକ ପ୍ରମାଣ ପତ୍ର ନେଇ ଯାଇପାରିବେ ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details