ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନରେ ଗଡ ଫେରି ପାଇବା ପାଇଁ ଅଣ୍ଟା ଭିଡିଛି କଂଗ୍ରେସ । ରଣାଙ୍ଗନରେ ନିଜର ପୁରୁଖା ନେତାଙ୍କୁ ଷ୍ଟାର ପ୍ରଚାରକ ଭାବେ ଓହ୍ଲାଇଛି । ନିର୍ବାଚନରେ ବଡ ଲଢେଇର ସମ୍ମୁଖୀନ ହେବାକୁ ଯାଉଥିବା କଂଗ୍ରେସ, ବିଜେଡି ଓ ବିଜେପି ସମସ୍ତେ ଅଣ୍ଟାଭିଡି ବାହାରି ପଡିଛନ୍ତି ମୈଦାନକୁ ।
ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ଆଜି କଂଗ୍ରେସ ପକ୍ଷରୁ ପୂର୍ବତନ ପିସିସି ସଭାପତି ଜୟଦେବ ଜନା, ଶରତ ପଟ୍ଟନାୟକ, ରାଜନ ଏକ୍କା ପ୍ରମୁଖ ପ୍ରଚାର କରିଛନ୍ତି । ୩୮ ଟି ପଞ୍ଚାୟତ ଓ ୨ ଟି ପୌରାଞ୍ଚଳକୁ ନେଇ ଗଠିତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏବେ ଗାଁ ଗାଁରେ ଚାଲିଛି ସଭା, ସମାବେଶ ଓ କର୍ମୀ ସମ୍ମିଳନୀ ।