ଓଡିଶା

odisha

ETV Bharat / state

ସଟଡାଉନ କଟକଣାକୁ କୋହଳ କରିବାକୁ ବ୍ରଜରାଜନଗର ପୂର୍ବତନ ବିଧାୟିକାଙ୍କ ଦାବି - କୋରୋନା

ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର କଣ୍ଟେନମେଣ୍ଟ ଜୋନରେ ସଟଡାଉନ କଟକଣାକୁ କୋହଳ କରିବାକୁ ଦାବି କଲେ ବିଜେପି ନେତ୍ରୀ ତଥା ପୂର୍ବତନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା।

brajanagar shutdown normalize demand by bjp mla
ସଟଡାଉନ କଟକଣାକୁ କୋହଳ କରିବାକୁ ବ୍ରଜରାଜନଗର ପୂର୍ବତନ ବିଧାୟିକା ଦାବୀ

By

Published : May 8, 2020, 3:58 PM IST

ଝାରସୁଗୁଡ଼ା: କଣ୍ଟେନମେଣ୍ଟ ଜୋନରେ ସଟଡାଉନ କଟକଣାକୁ କୋହଳ କରିବାକୁ ଦାବି କଲେ ବିଜେପି ନେତ୍ରୀ । ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର କଣ୍ଟେନମେଣ୍ଟ ଜୋନରେ ସଟଡାଉନ କଟକଣାକୁ କୋହଳ କରିବାକୁ ଦାବି କଲେ ବିଜେପି ନେତ୍ରୀ ତଥା ପୂର୍ବତନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା।

ସଟଡାଉନ କଟକଣାକୁ କୋହଳ କରିବାକୁ ବ୍ରଜରାଜନଗର ପୂର୍ବତନ ବିଧାୟିକା ଦାବୀ

10ଦିନ ତଳେ ବ୍ରଜରାଜନଗର ବୁଢ଼ୀଜାମ ଅଞ୍ଚଳରେ ଜଣେ ପଶ୍ଚିମବଙ୍ଗ ଅଞ୍ଚଳର 18 ବର୍ଷୀୟ ଯୁବତୀ କୋରୋନାରେ ଆକ୍ରାନ୍ତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରଜରାଜନଗର ପୋୖରାଞ୍ଚଳର 5ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ଲୋକମାନଙ୍କୁ ଘରୁ ନ ବାହାରିବାକୁ କୁହାଯାଇଥିଲା । ପ୍ରଶାସନର ନିୟମକୁ ଭାଙ୍ଗୁଥିବା ଅମାନିଆଙ୍କୁ ପୋଲିସ ଦଣ୍ଡ ବିଧାନ କରୁଥିବା ବେଳେ 10 ଦିନ ବିତିଯାଇଥିଲେ ମଧ୍ୟ କଣ୍ଟେନମେଣ୍ଟ ଜୋନରେ କଟକଣା କୋହଳ ନ ହେବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ରାଧାରାଣୀ ପଣ୍ଡା ଅଭିଯୋଗ କରିଛନ୍ତି।

ସଟଡାଉନ କଟକଣାକୁ କୋହଳ କରିବାକୁ ବ୍ରଜରାଜନଗର ପୂର୍ବତନ ବିଧାୟିକା ଦାବୀ

ଏ ସମ୍ପର୍କରେ ତୁରନ୍ତ ହସ୍ତକ୍ଷେପ କରି ସେହି ଅଞ୍ଚଳରେ ଜୀବନ ଧାରଣ ଢାଞ୍ଚାକୁ ସ୍ୱାଭାବିକ କରିବାକୁ ବିଜେପି ନେତ୍ରୀ ଦାବି କରିଥିବା ବେଳେ ଏକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇଛନ୍ତି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details